ଆଜି ରାଜ୍ୟରେ କୋରୋନାରୁ ସୁସ୍ଥ ହେଲେ ୩ ହଜାର ୩୧୨ ଲୋକ, ଖୋର୍ଧା ଜିଲ୍ଲାରୁ ସର୍ବାଧିକ ୯୫୮

ଭୁବନେଶ୍ୱର- ରାଜ୍ୟରେ କୋରୋନାରୁ ସୁସ୍ଥ ହୋଇଛନ୍ତି ଆଉ ୩ ହଜାର ୩୧୨ ଆକ୍ରାନ୍ତ । ଏଥିସହ ମୋଟ ସୁସ୍ଥ ଲୋକଙ୍କ ସଂଖ୍ୟା ୨ ଲକ୍ଷ ୧୬ ହଜାର ୯୮୪କୁ ବୃଦ୍ଧି ପାଇଛି । ଆଜି ଖୋର୍ଧା ଜିଲ୍ଲାରୁ ସର୍ବାଧିକ ୯୫୮ ଜଣ ସୁସ୍ଥ ହୋଇଛନ୍ତି । କଟକରୁ ୨୬୨, ବାଲେଶ୍ୱରରୁ ୧୫୩, ନୂଆପଡାରୁ ୧୫୧, ଝାରସୁଗୁଡାରୁ ୧୨୮, ମୟୂରଭଂଜରୁ ୧୨୧, କେନ୍ଦୁଝରରୁ ୧୧୭, ଅନୁଗୁଳରୁ ୧୧୨, ବଲାଙ୍ଗିରରୁ ୧୦୯, ମାଲକାନଗିରିରୁ ୧୦୩ ଓ ସମ୍ବଲପୁରରୁ ୯୮ ଜଣ ସୁସ୍ଥ ହୋଇଛନ୍ତି । କେନ୍ଦ୍ରାପଡାରୁ ୮୮, ପୁରୀରୁ ୮୫ ଜଣ ସୁସ୍ଥ ହୋଇଥିବା ବେଳେ ଗଂଜାମ ଜିଲ୍ଲାରୁ ସୁସ୍ଥ ହୋଇଛନ୍ତି ୪୭ ରୋଗୀ ।

Comments are closed.