ଆମେରିକୀୟ କବୟିତ୍ରୀ ଲୁଇସ ଗ୍ଲୁକଙ୍କୁ ମିଳିବ ଏ ବର୍ଷର ସାହିତ୍ୟ ନୋବେଲ୍

ଷ୍ଟକହୋମ- ଆମେରିକାର କବୟିତ୍ରୀ ଲୁଇସ ଗ୍ଲୁକଙ୍କୁ ସାହିତ୍ୟ ପାଇଁ ମିଳିବ ୨୦୨୦ ବର୍ଷର ନୋବେଲ ପୁରସ୍କାର । ନିଜର କବିତାରେ ବ୍ୟକ୍ତି ସତାକୁ ଜାଗ୍ରତ କରୁଥିବା ସରଳ ସୌନ୍ଦର୍ଯ୍ୟ ଯୁକ୍ତ ସୁସ୍ପଷ୍ଟ କାବ୍ୟିକ ଉପଲବ୍ଧି ନିମନ୍ତେ ତାଙ୍କୁ ପୁରସ୍କୃତ କରାଯିବ ବୋଲି ନୋବେଲ ଫାଉଣ୍ଡେସନ ପକ୍ଷରୁ କୁହାଯାଇଛି । ୧୯୪୩ ମସିହାରେ ନ୍ୟୁୟର୍କରେ ଜନ୍ମିତ ଗ୍ଲୁକ୍ ବର୍ତମାନ ଆମେରିକାର ୟେଲ୍ ବିଶ୍ୱବିଦ୍ୟାଳୟରେ ଇଂରାଜୀ ପ୍ରାଧ୍ୟାପିକା ଅଛନ୍ତି । ୧୯୬୮ ମସିହାରେ ତାଙ୍କର ପ୍ରଥମ କବିତା ସଂକଳନ ଫାଷ୍ଟବର୍ଣ୍ଣ ପ୍ରକାଶିତ ହୋଇଥିଲା । ୧୯୯୩ରେ ସେ ପୁଲିଜର ପ୍ରାଇଜ୍ ଓ ୨୦୧୪ରେ ନ୍ୟାସନାଲ ବୁକ୍ ଆୱାର୍ଡ ଭଳି ଅନେକ ପୁରସ୍କାର ଓ ସମ୍ମାନ ପାଇଛନ୍ତି ଗ୍ଲୁକ୍ । ତାଙ୍କର ୧୨ଟି କବିତା ସଂକଳନ ପ୍ରକାଶିତ ହୋଇଛି ।

Comments are closed.