ଆଜି ଲଞ୍ଚ ହେବ ଆଇଆରସିଟିସିର ନୂଆ ୱେବସାଇଟ୍, ସୁପରଫାଷ୍ଟ ହେବ ଟିକେଟ ବୁକିଂ

ନୂଆଦିଲ୍ଲୀ – ଟ୍ରେନ୍ ବୁକିଂ ଆଜିଠାରୁ ସୁପରଫାଷ୍ଟ ହେବ। ଟ୍ରେନ୍ ଯାତ୍ରୀମାନେ ଆଉ ଅନଲାଇନରେ ଟିକେଟ ବୁକିଂ କରିବାରେ ଅସୁବିଧାର ସମ୍ମୁଖୀନ ହେବେ ନାହିଁ। ବର୍ତ୍ତମାନ ଏକ ମିନିଟରେ ଏକାସାଙ୍ଗରେ ୧୦ ହଜାର ଟ୍ରେନ୍ ଟିକେଟ୍ ବୁକ୍ ହୋଇପାରିବ । ବର୍ତ୍ତମାନ ଏକ ମିନିଟରେ ୭୫୦୦ ଟିକେଟ୍ ବୁକ୍ ହୋଇଛି । ଆଜି ମଧ୍ୟାହ୍ନ ୧୨ଟାରେ କେନ୍ଦ୍ର ରେଳମନ୍ତ୍ରୀ ପୀୟୁଷ ଗୋୟଲ ଆଇଆରସିଟିସିର ନୂଆ ୱେବସାଇଟ୍ ଲଞ୍ଚ କରିବେ ।

ରେଳ ଅଧିକାରୀଙ୍କ କହିବାନୁସାରେ, ଆଇଆରସିଟିସିର ୱେବସାଇଟ୍ ଅପଗ୍ରେଡ୍ କରିବା ପରେ ଟିକେଟ୍ ବୁକିଂ ବେଗ ବୃଦ୍ଧି ପାଇବ ଏବଂ ଯାତ୍ରୀମାନେ ପୂର୍ବ ଅପେକ୍ଷା ଶୀଘ୍ର ଟିକେଟ୍ ବୁକ୍ କରିପାରିବେ । ଏହା ସହିତ ଖାଦ୍ୟ ଏବଂ ପାନୀୟ ସହିତ ଅନ୍ୟାନ୍ୟ ସୁବିଧା ମଧ୍ୟ ଆଇଆରସିଟିସି ୱେବସାଇଟରେ ଯୋଡ଼ାଯିବ |
ଟ୍ରେନ୍ ଟିକେଟ୍ ୱେବସାଇଟ୍ ଇଣ୍ଡିଆନ୍ ରେଲୱେ କ୍ୟାଟରିଂ ଆଣ୍ଡ ଟୁରିଜିମ୍ କର୍ପୋରେସନ (ଆଇଆରସିଟିସି) ଅନଲାଇନ୍ ଯାତ୍ରୀ ସଂରକ୍ଷଣ ସୁବିଧା ଯୋଗାଇଥାଏ । ରେଳ ଅଧିକାରୀଙ୍କ ଅନୁଯାୟୀ, ୨୦୧୪ ଠାରୁ ଟିକେଟ୍ ବୁକିଂ ସହିତ ଯାତ୍ରୀମାନଙ୍କ ସୁବିଧା ଉନ୍ନତ କରିବାକୁ ଗୁରୁତ୍ୱ ଦିଆଯାଉଛି।

Comments are closed.