ଆରଏସପି ବିଷାକ୍ତ ଗ୍ୟାସ ଲିକ୍ ଘଟଣାରେ ଦୁଇ ଡିିଜିଏମ ରାଙ୍କ ଅଫିସର ସସପେଣ୍ଡ

ରାଉରକେଲା- ଆରଏସପିରେ ବିଷାକ୍ତ ଗ୍ୟାସ ଲିକ୍ ଘଟଣାରେ ଦୁଇ ଡିିଜିଏମ ରାଙ୍କ ଅଫିସରଙ୍କୁ ସସପେଣ୍ଡ କରାଯାଇଛି । ଆଜି ସକାଳେ ଆରଏସପିର କୋଲ୍ ଡିପାର୍ଟମେଂଟରେ ଗ୍ୟାସ ଲିକ୍ ହେବାରୁ ମୋଟ ୧୦ ଜଣ ଅସୁସ୍ଥ ହୋଇପଡିଥିଲେ । ସେମାନଙ୍କ ମଧ୍ୟରୁ ୪ ଜଣ ଗୁରୁତର ଅସୁସ୍ଥ ଠିକା କର୍ମଚାରୀ ଆଇଜିଏଚରେ ପ୍ରାଣ ହରାଇଥିଲେ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି ଘଟଣାରେ ଶୋକ ପ୍ରକାଶ କରିଛନ୍ତି । ଅସୁସ୍ଥଙ୍କ ଆଶୁ ଆରୋଗ୍ୟ କାମନା କରିବା ସହ ଶୋକ ସନ୍ତପ୍ତ ପରିବାରଙ୍କୁ ସମବେଦନା ଜଣାଇଛନ୍ତି । ଘଟଣାର ଯାଂଚ ପାଇଁ ଆରଏସପି କର୍ତୃପକ୍ଷ ଏକ ଉଚ୍ଚସ୍ତରୀୟ କମିଟି ଗଠନ କରିଛନ୍ତି ।

Comments are closed.