ଆସନ୍ତାକାଲିଠୁ ଦେଶରେ କୋଭିଭ୍ ଟିକାକରଣ ଅଭିଯାନ

ନୂଆଦିଲ୍ଲୀ – ଦେଶରେ ଶନିବାର ଠାରୁ କୋଭିଡ୍ ଟିକାକରଣ ଅଭିଯାନ ଆରମ୍ଭ ହେବ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଟିକାକରଣ କାର୍ଯ୍ୟକ୍ରମର ଶୁଭାରମ୍ଭ କରିବେ । ସବୁ ରାଜ୍ୟ ଓ କେନ୍ଦ୍ରଶାସିତ ଆବଶ୍ୟକତା ଅନୁଯାୟୀ ଟିକା ପଠାଯାଇଛି । ଏହା ବିଶ୍ୱର ସବୁଠୁ ବଡ଼ ଟିକାକରଣ ଅଭିଯାନ ହେବ । ଏହି ଟିକାକରଣ କାର୍ଯ୍ୟକ୍ରମରେ ଅନୁମତିପ୍ରାପ୍ତ ଦୁଇ ଟିକା ‘କୋଭିସିଲ୍ଡ ଓ ‘କୋଭାକ୍ସିନ’ର ବ୍ୟବହାର ହେବ । ପ୍ରଥମ ପର୍ଯ୍ୟାୟରେ ସ୍ୱାସ୍ଥ୍ୟକର୍ମୀ, ସମ୍ମୁଖଭାଗ କରୋନା ଯୋଦ୍ଧା, ୫୦ ବର୍ଷରୁ ଊର୍ଦ୍ଧ୍ୱ ବ୍ୟକ୍ତିଙ୍କ ସମେତ ଦୁରାରୋଗ୍ୟୀ ପୀଡିତ ବୟସ୍କ ବ୍ୟକ୍ତିଙ୍କୁ ଟିକା ଲଗାଯିବ । ପ୍ରତ୍ୟେକ କେନ୍ଦ୍ରରେ ୧୦୦ ଜଣ ବ୍ୟକ୍ତିଙ୍କୁ ଟିକା ଦିଆଯିବ । ଟିକାକରଣ ପାଇଁ କେନ୍ଦ୍ର ତରଫରୁ ନିର୍ଦ୍ଦିଷ୍ଟ ଗାଇଡ୍ ଲାଇନ୍ ଜାରି କରାଯାଇଛି ।

ଟିକାକରଣ ପାଇଁ ଗାଇଡ୍‌ଲାଇନ୍‌:

– ଟିକା କେବଳ ୧୮ କିମ୍ବା ତଦୁର୍ଦ୍ଧ୍ୱ ବୟସ୍କ ବ୍ୟକ୍ତିଙ୍କୁ ଦିଆଯିବ ।
– ଯଦି କୌଣସି ବ୍ୟକ୍ତି ଅନ୍ୟ ରୋଗ ପାଇଁ ଟିକା ନେଉଥିବେ, ତେବେ ସେହି ରୋଗର ଟିକା ଓ କୋଭିଡ୍ ଟିକା ମଧ୍ୟରେ ୧୪ ଦିନର ବ୍ୟବଧାନ ରହିବା ଉଚିତ ।
– ଯେଉଁ ଟିକାର ପ୍ରଥମ ଡୋଜ୍ ଦିଆଯିବ, ସେହି ଟିକାର ହିଁ ଦ୍ୱିତୀୟ ଡୋଜ୍ ଲଗାଯିବ । ଟିକା ଇଣ୍ଟରଚେଞ୍ଜ୍ କରିବାକୁ ଅନୁମତି ଦିଆଯିବ ନାହିଁ ।

– ଗର୍ଭବତୀ ମହିଳାଙ୍କ ଅଥବା ଗର୍ଭଧାରଣ ନେଇ ନିଶ୍ଚିତ ନଥିବା ମହିଳା ଏବଂ ଛୁଆକୁ ସ୍ତନ୍ୟପାନ କରାଉଥିବା ମହିଳାଙ୍କୁ ଟିକା ଦିଆଯିବ ନାହିଁ ।
– ଯଦି କୌଣସି ବ୍ୟକ୍ତିଙ୍କ କରୋନା ଲକ୍ଷଣ ଥାଏ, ସେହି ବ୍ୟକ୍ତି ସୁସ୍ଥ ହେବାର ୪-୮ ସପ୍ତାହ ପରେ ହିଁ ଟିକା ଲଗାଇବା ଉଚିତ ।

– ଯେଉଁ କରୋନା ରୋଗୀଙ୍କୁ ମୋନୋକ୍ଲୋନଲ ଆଣ୍ଟିବଜିଡଜ୍ ତଥା ପ୍ଲାଜମା ଦିଆଯାଇଛି ସେହି ବ୍ୟକ୍ତିଙ୍କୁ ୪-୮ ସପ୍ତାହ ପରେ ଟିକା ଦିଆଯିବ ।
– ଅନ୍ୟ କୌଣସି ରୋଗରେ ପୀଡିତ ହୋଇ ଚିକିତ୍ସିତ ହେଉଥିବା ବ୍ୟକ୍ତିଙ୍କୁ ମଧ୍ୟ ସୁସ୍ଥ ହେବାର ୪-୮ ସପ୍ତାହ ପରେ ଟିକା ଲଗାଯିବା ଉଚିତ ।
– ଯେଉଁ ବ୍ୟକ୍ତି ପୂର୍ବରୁ କରୋନାରେ ସଂକ୍ରମିତ ହୋଇଥିଲେ, କିମ୍ବା ଯାହାଙ୍କ ହୃଦ୍‌ରୋଗ, ନ୍ୟୁରୋଲୋଜି, ପଲମୋନରୀ କିମ୍ବା ମେଟବୋଲିକ୍ ଆତି ସ୍ୱାସ୍ଥ୍ୟଗତ ସମସ୍ୟା ରହିଛି ଅଥବା ଯେଉଁମାନେ ସଂକ୍ରମିତ ସେମାନଙ୍କୁ କରୋନା ଟିକା ଦିଆଯାଇ ପାରିବ ।

Comments are closed.