ଆସନ୍ତାମାସ ପହିଲାରୁ କେଜିରୁ ଅଷ୍ଟମ ଶ୍ରେଣୀ ପିଲାଙ୍କ ପାଇଁ ସ୍କୁଲ ଖୋଲିବାକୁ ଘରୋଇ ସ୍କୁଲ ସଂଘର ଘୋଷଣା

ଭୁବନେଶ୍ୱର- ଫେବ୍ରୁଆରୀ ପହିଲାରୁ କେଜିରୁ ଅଷ୍ଟମ ଶ୍ରେଣୀ ପିଲାଙ୍କ ପାଇଁ ସ୍କୁଲ ଖୋଲିବାକୁ ଘରୋଇ ସ୍କୁଲ ସଂଘ ଘୋଷଣା କରିିଛି । ଫେବ୍ରୁଆରୀରେ ପରୀକ୍ଷା ହେବ । ପରୀକ୍ଷା ୭୦ ମାର୍କ ବିଶିଷ୍ଟ ହେବ । ୩୦ ମାର୍କ ଗ୍ରେସ ମିଳିବ । କେଜିରୁ ଅଷ୍ଟମ ଶ୍ରେଣୀ ଯାଏଁ କୌଣସି ଛାତ୍ରଛାତ୍ରୀ ଫେଲ ହେବେ ନାହିଁ ବେଲି ସଂଘ ପକ୍ଷରୁ ଘୋଷଣା କରାଯାଇଛି । ସରକାରଙ୍କ ଗାଇଡଲାଇନ ଅନୁଯାୟୀ ସ୍କୁଲ ଖୋଲାଯିବ । ଜାନୁଆରୀ ୧୪ରୁ ନବମ ଓ ଏକାଦଶ ଶ୍ରେଣୀ ପାଇଁ ସ୍କୁଲ୍ ଖୋଲାଯିବ ବୋଲି ସଂଘ ସଭାପତି ସୂଚନା ଦେଇଛନ୍ତି ।

Comments are closed.