କେନ୍ଦ୍ର ଟିକା ଦେଲା ପରେ ତୁରନ୍ତ ଆରମ୍ଭ ହେବ ଟିକାକରଣ : ଡିଏମଇଟି ସିବିକେ ମହାନ୍ତି

ଭୁବନେଶ୍ୱର- ଦେଶରେ ୨ଟି ଟିକାର ଜରୁରୀକାଳୀନ ବ୍ୟବହାର ପାଇଁ ଅନୁମତି ମିଳିଲା ପରେ ପ୍ରତିକ୍ରିୟା ଦେଇଛନ୍ତି ଡିଏମଇଟି ସିବିକେ ମହାନ୍ତି । କେନ୍ଦ୍ର ସରକାରଙ୍କଠାରୁ ଟିକା ଆସିଲା ପରେ ତୁରନ୍ତ ଟିକାକରଣ କରାଯିବ । ପ୍ରାଥମିକ ସ୍ତରରେ ସ୍ୱାସ୍ଥ୍ୟକର୍ମୀଙ୍କୁ ଟିକା ଦେବାକୁ କେନ୍ଦ୍ର ପାଖରେ ଦାବି କରିଛୁ । ବୟସ୍କ ଓ ସମ୍ମୁଖ ଯୋଦ୍ଧାଙ୍କ ଡାଟାବେସ୍ ପରବର୍ତ୍ତୀ ପର୍ଯ୍ୟାୟରେ ପ୍ରସ୍ତୁତ ହେବ । ଓଡିଶାକୁ ପ୍ରାଥମିକତା ନେଇ ସେରମ ସିଇଓଙ୍କ ସହ ମୁଖ୍ୟମନ୍ତ୍ରୀ କଥା ହୋଇଥିଲେ ମୁଖ୍ୟମନ୍ତ୍ରୀ । ସେରମ ପାଖରେ ୫ କୋଟି ଟିକା ଥିବାରୁ ଦୁଇଦିନ ଭିତରେ ବିତରଣ କରିପାରେ । ସେରମର କୋଭିସିଲ୍ଡ ଗୁଣବତ୍ତା ୭୦ରୁ ୯୦ ପ୍ରତିଶତ ବୋଲି ଡିଏମଇଟି କହିଛନ୍ତି । ଭାରତ ବାୟୋଟେକ୍ କୋଭାକ୍ସିନର ଗୁଣବତ୍ତା ୯୦ରୁ ୯୫ ପ୍ରତିଶତ ବୋଲି ସେ ସୂଚନା ଦେଇଛନ୍ତି ।

Comments are closed.