ଆସନ୍ତା ୨୦ରେ ବିଜେଡି କାର୍ଯ୍ୟକାରିଣୀ, ୨୧ରେ ରାଜ୍ୟ ପରିଷଦ ବୈଠକ, ୨୬ରେ ପାଳନ ହେବ ଦଳର ପ୍ରତିଷ୍ଠା ଦିବସ

ଭୁବନେଶ୍ୱର- ଆସନ୍ତା ୨୦ ତାରିଖରେ ବସିବ ବିଜେଡି କାର୍ଯ୍ୟକାରିଣୀ । ତା ପରଦିନ ଅର୍ଥାତ ୨୧ ତାରିଖରେ ବିଜେଡି ରାଜ୍ୟ ପରିଷଦ ବୈଠକ ବସିବ । ଏହି ମାସ ୨୬ ତାରିଖରେ ଦଳର ପ୍ରତିଷ୍ଠା ଦିବସ ପାଳନ ହେବ ବୋଲି ବିଜେଡି ରାଜ୍ୟ କାର୍ଯ୍ୟାଳୟରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ଏହି ସୂଚନା ଦିଆଯାଇଛି । ପ୍ରତି ନିର୍ବାଚନ ମଣ୍ଡଳୀରେ ବିଜେଡି ପ୍ରତିଷ୍ଠା ଦିବସ ପାଳନ କରାଯିବ ।

କୋଭିଡ ନିୟମକୁ ମାନି ପାଳନ କରାଯିବ ପ୍ରତିଷ୍ଠା ଦିବସ । ୨୧ ତାରିଖରେ ହେବାକୁ ଥିବା ବିଜେଡିର ରାଜ୍ୟ ପରିଷଦ ବୈଠକର ଦଳର ସମସ୍ତ ସାଂସଦଙ୍କ ସହ ରାଜ୍ୟ ପରିଷଦ ସଦସ୍ୟ ଉପସ୍ଥିତ ରହିବେ । ବୈଠକରେ ଆଗାମୀ ଦିନ ପାଇଁ ରଣନୀତି ପ୍ରସ୍ତୁତ କରାଯିବ । ସାମ୍ବାଦିକ ସମ୍ମିଳନୀରେ ଉପସଭାପତି ଦେବୀ ମିଶ୍ର,ଅତନୁ ସବ୍ୟସାଚୀ ଓ ସଂଜୟ ଦାସବର୍ମା ଉପସ୍ଥିତ ଥିଲେ ।

Comments are closed.