ଇଂଲଣ୍ଡର ପୂର୍ବତନ ବ୍ୟାଟ୍ସମ୍ୟାନ୍ ଏଡରିଚଙ୍କ ପରଲୋକ

ଲଣ୍ଡନ – ଇଂଲଣ୍ଡର ପୂର୍ବତନ ବ୍ୟାଟ୍ସମ୍ୟାନ୍ ଜନ ଏଡରିଚଙ୍କ ପରଲୋକ ହୋଇଯାଇଛି । ଇଂଲଣ୍ଡ ଆଣ୍ଡ୍ ୱେଲ୍ସ କ୍ରିକେଟ୍ ବୋର୍ଡ (ଇସିବି) ଶୁକ୍ରବାର ଏହି ଦୁଃଖଦ ସୂଚନା ଦେଇଛି । ଏଡରିଚଙ୍କୁ ୮୩ ବର୍ଷ ବୟସ ହୋଇଥିଲା ।

ଏଡରିଚ୍ ଇଂଲଣ୍ଡ ପାଇଁ ୭୭ଟି ଟେଷ୍ଟ ଖେଳିଥିବା ବେଳେ ୧୨ଟି ଶତକ ସହ ୫୦୦୦ରୁ ଊର୍ଦ୍ଧ୍ୱ ରନ୍ କରିଥିଳେ । ପ୍ରଥମ ଶ୍ରେଣୀ କ୍ରିକେଟରେ ସରେ କାଉଣ୍ଟରି ଏହି ପୂର୍ବତନ ଅଧିନାୟକ ୧୦୩ଟି ଶତକ ସହ ୩୯,୦୦୦ରୁ ଊର୍ଦ୍ଧ୍ୱ ରନ୍ କରିଥିଲେ । ଏଡରିଚ୍ ୧୯୬୩ରେ ୱେଷ୍ଟଇଣ୍ଡିଜ୍ ବିପକ୍ଷରେ ନିଜ ଡେବ୍ୟୁ କରିଥିଲେ । ୧୯୭୩ରେ ୱେଷ୍ଟଇଣ୍ଡିଜ୍ ବିପକ୍ଷରେ ହିଁ ସେ ତାଙ୍କ ଅନ୍ତର୍ଜାତୀୟ କ୍ୟାରିୟରର ଶେଷ ମ୍ୟାଚ୍ ଖେଳିଥିଲେ । ମେଲବୋର୍ଣ୍ଣରେ ଇଂଲଣ୍ଡ-ଅଷ୍ଟ୍ରେଲିଆ ମଧ୍ୟରେ ୧୯୭୧ରେ ଖେଳଯାଇଥିବା କ୍ରିକେଟ ଇତିହାସର ପ୍ରଥମ ଅନ୍ତର୍ଜାତୀୟ ଦିନିକିଆରେ ବି ଏଡରିଚ୍ ଖେଳିଥିଲେ । ସେ ଏହି ମ୍ୟାଚରେ ପ୍ରଥମ ଚୌକା ମାରିଥିଲେ । ଏହି ମ୍ୟାଚରେ ସେ ଅର୍ଦ୍ଧଶତକ ହାସଲ କରିବା ସହ ମ୍ୟାନ୍ ଅଫ୍ ଦି ମ୍ୟାଚ୍ ବିବେଚିତ ହୋଇଥିଲେ ।

Comments are closed.