ଇଂ. କୌଶଳେନ୍ଦ୍ର କିଶୋର ଖାଡ଼ଙ୍ଗା ପୂର୍ବ ତଟ ରେଳପଥର ନୂଆ ମୁଖ୍ୟ ଜନସଂପର୍କ ଅଧିକାରୀ

ଭୁବନେଶ୍ୱର: ପୂର୍ବ ତଟ ରେଳପଥର ମୁଖ୍ୟ ଜନ ସଂପର୍କ ଅଧିକାରୀ ଭାବେ ୨୦୧୦ ବ୍ୟାଚ୍ ଭାରତୀୟ ରେଳବାଇ ମେକାନିକାଲ୍ ଇଂଜିନିୟର୍ ସେବାର ବରିଷ୍ଠ ଅଧିକାରୀ କୌଶଳେନ୍ଦ୍ର କିଶୋର ଖାଡ଼ଙ୍ଗା ନୂତନ ଭାବେ କାର୍ଯ୍ୟଭାର ଗ୍ରହଣ କରିଛନ୍ତି । ଏହି ନୂତନ ପଦବୀରେ ଯୋଗଦାନ ପୂର୍ବରୁ ଖାଡ଼ଙ୍ଗା ମଞ୍ଚେଶ୍ୱର ରେଳଡବା ମରାମତି କାରଖାନାରେ ଉପମୁଖ୍ୟ ମେକାନିକାଲ୍ ଇଂଜିନିୟର ଭାବେ କାର୍ଯ୍ୟ କରୁଥିଲେ । ଶ୍ରୀ ଖାଡ଼ଙ୍ଗା ଜାପାନର ଟୋକିଓସ୍ଥ ୱସିଦା ବିଶ୍ୱ ବିଦ୍ୟାଳୟରୁ ଏମ୍‌.ଟେକ୍‌. ଡିଗ୍ରୀ ହାସଲ କରିଛନ୍ତି ।

ଖାଡ଼ଙ୍ଗା ଭାରତୀୟ ରେଳବାଇର ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ପଦପଦବୀରେ କାର୍ଯ୍ୟକରି ଉଚ୍ଚ ପ୍ରଶଂସିତ ହୋଇଛନ୍ତି । ସେ ବିଶାଖାପାଟଣା ଲୋକୋ ସେଡ଼୍‌ରେ ମଣ୍ଡଳ ମେକାନିକାଲ୍ ଇଂଜିନିୟର ଭାବେ ମଧ୍ୟ କାର୍ଯ୍ୟ କରିଛନ୍ତି l ଖାଡ଼ଙ୍ଗା ଜେଆଇସିଏରେ ମେକ୍‌ସ ସ୍କଲାର୍‌ସିପ୍ ପାଇ ଜାପାନର ଟୋକିଓରେ ଭାରତ ସରକାରଙ୍କ ପକ୍ଷରୁ ମନୋନୀତ ହୋଇ ଦୁଇବର୍ଷ ହାଇସ୍ପିଡ୍ ରେଲ୍ ଉପରେ ମାଷ୍ଟର ଡିଗ୍ରୀ ହାସଲ କରିଛନ୍ତି । ସେ ପୂର୍ବ ତଟ ରେଳପଥର ଖୋର୍ଦ୍ଧା ରେଳ ମଣ୍ଡଳର ପୁରୀ କୋଚିଙ୍ଗ୍ ଡିପୋ ଏବଂ ମୁଖ୍ୟାଳୟରେ ବିଭିନ୍ନ ପଦବୀରେ କାର୍ଯ୍ୟ କରିଛନ୍ତି ।

ବୈଷୟିକ ବିକାଶ ଏବଂ କ୍ରୀଡ଼ାରେ ତାଙ୍କର ଖୁବ୍ ଆଗ୍ରହ ମଧ୍ୟ ରହିଛି ।

Comments are closed.