ଇକୋ ରିଟ୍ରିଟ୍‌ର ଦ୍ୱିତୀୟ ସଂସ୍କରଣକୁ ଉଦଘାଟନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର- ଓଡିଶା ପର୍ଯ୍ୟଟନର ଇକୋ ରିଟ୍ରିଟର ଦ୍ୱିତୀୟ ସଂସ୍କରଣ ଉଦଘାଟିତ ହୋଇଛି । ଭିଡିଓ କନଫରେନସିଂ ଜରିଆରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଇକୋ ରିଟ୍ରିଟ୍ ଉଦଘାଟନ କରିଛନ୍ତି । ହୀରାକୁଦ, ସାତକୋଶିଆ, ଭିତରକନିକା, କୋଣାର୍କ ଓ ଦାରିଙ୍ଗବାଡିରେ ଏଥର ଇକୋ ରିଟ୍ରିଟ ହେଉଛି । ଗତବର୍ଷ ପ୍ରଥମ ସଂସ୍କରଣରେ କୋଣାର୍କ ଚନ୍ଦ୍ରଭାଗାରେ ଇକୋ ରିଟ୍ରିଟ୍ ହୋଇଥିଲା । ଉଦଘାଟନୀ ଉତ୍ସବରେ କେନ୍ଦ୍ର ପର୍ଯ୍ୟଟନ ମନ୍ତ୍ରୀ ପ୍ରହ୍ଲାଦ ସିଂହ ପଟେଲ ଓ କେନ୍ଦ୍ର ପେଟ୍ରୋଲିୟମ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଭିଡିଓ ବାର୍ତା ପ୍ରଦର୍ଶିତ ହୋଇଥିଲା । ଇକୋ ରିଟ୍ରିଟ ଫେବ୍ରୁଆରୀ ୨୮ ତାରିଖ ଯାଏଁ ଚାଲିବ ।

Comments are closed.