ଇଜ୍ ଅଫ ଲିଭିଂ ଇଣ୍ଡେକ୍ସ : ୧୦ ଲକ୍ଷରୁ କମ ଜନସଂଖ୍ୟା ଶ୍ରେଣୀରେ ଭୁବନେଶ୍ୱର ଦ୍ୱିତୀୟ, ବଡ ସଫଳତା ବୋଲି କହିଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର- କେନ୍ଦ୍ର ସରକାରଙ୍କ ଇଜ୍ ଅଫ ଲିଭିଂ ଇଣ୍ଡେକ୍ସ ତାଲିକାରେ୧୦ ଲକ୍ଷ ଜନସଂଖ୍ୟାରୁ କମ୍ ଶ୍ରେଣୀରେ ଭୁବନେଶ୍ୱର ଦ୍ୱିତୀୟ ସର୍ବଶ୍ରେଷ୍ଠ ସହର ହୋଇଛି ।

ଏହି ଶ୍ରେଣୀରେ ସିମଳା ପଛକୁ ରହିଛି ଭୁବନେଶ୍ୱର । ୬୨ଟି ସହର ମଧ୍ୟରୁ ଦ୍ୱିତୀୟ ସ୍ଥାନରେ ରହିଛି ଭୁବନେଶ୍ୱର । ଇଜ୍ ଅଫ୍ ଲିଭିଂ ଇଣ୍ଡେକ୍ସ ଅନୁସାରେ ଭୁବନେଶ୍ୱର ପ୍ରଥମ ସ୍ଥାନରେ ରହିଛି । ଇଜ୍ ଅଫ ଲିଭିଂ ଇଣ୍ଡେକ୍ସରେ ୧୧୧ଟି ସହରକୁ ବିଚାରକୁ ନିଆଯାଇଥିଲା ।

ଆଜି ଏହି ତାଲିକା ପ୍ରକାଶ କରିଛନ୍ତି କେନ୍ଦ୍ର ସହରାଂଚଳ ବିକାଶ ମନ୍ତ୍ରୀ ହରଦୀପସିଂହ ପୁରୀ । ୧୦ ଲକ୍ଷରୁ ଅଧିକ ଜନସଂଖ୍ୟା ବିଶିଷ୍ଟ ସହରରେ ବେଙ୍ଗଳୁରୁ ପ୍ରଥମ ସ୍ଥାନରେ ରହିଛି ।

ଇଜ ଅଫ୍ ଲିଭିଂ ଇଣ୍ଡେକ୍ସରେ ଭୁବନେଶ୍ୱର ଦ୍ୱିତୀୟ ସ୍ଥାନ ହାସଲ କରିଥିବାରୁ ଏହା ଏକ ବଡ ସଫଳତା ବୋଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହିଛନ୍ତି ।

Comments are closed.