ଇଟାଲୀର ବିଶ୍ୱକପ୍ ବିଜେତା ଫୁଟବଲର୍ ପାଓଲୋ ରୋସିଙ୍କ ଦେହାନ୍ତ

ରୋମ – ଇଟାଲୀର ଷ୍ଟାର ଫୁଟବଲର୍ ତଥା ୧୯୮୨ ବିଶ୍ୱକପ୍ ବିଜେତା ପାଓଲୋ ରୋସିଙ୍କ ୬୪ ବର୍ଷ ବୟସରେ ଦେହାନ୍ତ ହୋଇଛି ।

୧୯୮୨ ବିଶ୍ୱକପରେ ଗୋଲଡେନ୍ ବୁଟ୍ ଏବଂ ଗୋଲ୍ଡେନ୍ ବଲ୍ ଜିତିଥିବା ପୂର୍ବତନ ଜୁଭେଣ୍ଟସ୍ ଏବଂ ଏସି ମିଲାନ୍ ଷ୍ଟ୍ରାଇକର ରୋସିଙ୍କ ମୃତ୍ୟୁ ନେଇ ଗୁରୁବାର ଇଟାଲୀ ଟିଭି ଚ୍ୟାନେଲ ଆରଏଆଇ ସ୍ପୋର୍ଟସ ଘୋଷଣା କରିଛି। ରୋସି ଜଣେ ବିଶେଷଜ୍ଞ ଭାବେ ଆରଏଆଇ ସ୍ପୋର୍ଟସ ସହିତ ଜଡିତ ଥିଲେ ।

ଜୁଭେଣ୍ଟସ୍ ସହ ଚାରି ବର୍ଷ ମଧ୍ୟରେ ରୋସି ଦୁଇଟି ସିରି ଏ ଟାଇଟଲ୍, ୟୁରୋପୀୟ କପ୍ ଏବଂ କୋପ୍ପା ଇଟାଲିଆ ଟାଇଟଲ ଜିତିଥିଲେ | ୧୯୭୭–୧୯୮୬ ରୁ ଇଟାଲୀ ଜାତୀୟ ଦଳ ପାଇଁ ରୋସି ମୋଟ ୨୦ ଗୋଲ୍ ସ୍କୋର କରିଥିଲେ। ସେ ୩୩୮ କ୍ଲବ ମ୍ୟାଚରେ ୧୩୪ ଗୋଲ ସ୍କୋର କରିଥିଲେ। ପାଓଲୋ ରୋସିଙ୍କୁ ତାଙ୍କ ସମୟର ସର୍ବଶ୍ରେଷ୍ଠ ଫରୱାର୍ଡ ମଧ୍ୟରେ ଗଣାଯାଇଥିଲା | ରୋସି ଇଟାଲୀ ପାଇଁ ୪୮ ଟି ମ୍ୟାଚ୍ ଖେଳିଥିଲେ ।

Comments are closed.