ଏପ୍ରିଲରେ ଭାରତ ଆସିବେ ବ୍ରିଟେନ୍ ପ୍ରଧାନମନ୍ତ୍ରୀ ବୋରିସ୍ ଜନସନ୍‌

ଲଣ୍ଡନ – ବ୍ରିଟେନ୍ ପ୍ରଧାନମନ୍ତ୍ରୀ ବୋରିସ୍ ଜନସନ୍ ଏପ୍ରିଲରେ ଭାରତ ଗସ୍ତରେ ଆସିବେ । ଦୁଇ ଦେଶ ମଧ୍ୟରେ ଦ୍ୱିପାକ୍ଷିକ ସମ୍ପର୍କକୁ ମଜବୁତ୍ କରିବା ଓ ଚୀନ୍‌ର ମୁକାବିଲା ପାଇଁ ରଣନୀତି ପ୍ରସ୍ତୁତ କରିବା ଜନସନଙ୍କ ଏହି ଗସ୍ତର ମୁଖ୍ୟ ଉଦ୍ଦେଶ୍ୟ ।

ଜନସନ ଜାନୁୟାରୀରେ ଭାରତ ଗସ୍ତରେ ଆସିବା କାର୍ଯ୍ୟକ୍ରମ ଥିଲା । ସେ ଗଣତନ୍ତ୍ର ଦିବସରେ ମୁଖ୍ୟ ଅତିଥି ହୋଇଥାନ୍ତେ । ତେବେ ବ୍ରିଟେନରେ କରୋନା ସଙ୍କଟ କାରଣରୁ ଶେଷ ମୁହୂର୍ତ୍ତରେ ଜନସନଙ୍କ ଉକ୍ତ ଭାରତ ଗସ୍ତ ବାତିଲ ହୋଇଥିଲା ।

ଜନସନ୍ ଏପ୍ରିଲ ଶେଷ ଆଡକୁ ଭାରତ ଆସିବେ । ୟୁରୋପୀୟ ସଂଘରୁ ବ୍ରିଟେନ୍ ଓହରିବା ହେବା ପରେ ଜନସନଙ୍କ ଏହା ପ୍ରଥମ ବିଦେଶ ଗସ୍ତ ହେବ ।

Comments are closed.