ଏଲିମିନେଟରରେ ବାଙ୍ଗାଲୋର ହାରିଲା ପରେ ଗୌତମ ଗମ୍ଭୀରଙ୍କ ମନ୍ତବ୍ୟ : କୋହଲୀଙ୍କୁ ଟିମ୍‌ର ଅଧିନାୟକ ପଦରୁ ହଟାଇବା ଦରକାର

ନୂଆଦିଲ୍ଲୀ – ଚଳିତ ଆଇପିଏଲରେ ରୟାଲ ଚାଲେଞ୍ଜର୍ସ ବାଙ୍ଗାଲୋର ଏଲିମିନେଟରରେ ସନରାଇଜର୍ସ ହାଇଦ୍ରାବାଦଠାରୁ ୬ ୱିକେଟରେ ହାରି ବାଦ ପଡିଲା ପରେ ପୂର୍ବତନ କ୍ରିକେଟର ଗୌତମ ଗମ୍ଭୀର ବିରାଟ କୋହଲୀଙ୍କ ନେତୃତ୍ୱକୁ ନେଇ ପ୍ରଶ୍ନ ଉଠାଇଛନ୍ତି ।

କୋହଲୀଙ୍କୁ ବାଙ୍ଗାଲୋର ଟିମ୍‌ର ଅଧିନାୟକ ପଦରୁ ହଟାଇବା ଦରକାର ବୋଲି ଗମ୍ଭୀର କହିଛନ୍ତି । ଏକ କ୍ରିକେଟ ପୋର୍ଟାଲକୁ ସାକ୍ଷାତକାର ଦେଇ ଗୌତମ ଗମ୍ଭୀର କହିଛନ୍ତି ଯେ, ୮ ବର୍ଷ ହେଲା ବାଙ୍ଗାଲୋର ଆଇପିଏଲ ଜିତିପାରିନାହିଁ । ୮ ବର୍ଷ ଧରି କ୍ୟାପଟେନ୍ ରହିଥିଲେ ମଧ୍ୟ କୋହଲୀ ବାଙ୍ଗାଲୋରକୁ ଆଇପିଏଲ୍ ଜିତାଇ ପାରି ନାହାନ୍ତି । ଏଥିପାଇଁ କୋହଲୀ ଉତରଦାୟୀ ରହିବା ଦରକାର ବୋଲି କହିଛନ୍ତି । କୋହଲୀଙ୍କୁ ଟିମର ଅଧିନାୟକ ପଦରୁ ଏବେ ହଟାଯିବାର ସମୟ ଆସିଛି ବୋଲି ଗମ୍ଭୀର କହିଛନ୍ତି ।

Comments are closed.