ସରୁ୍‌ଅ ଜମି ଦୁର୍ନୀତି ମାମଲାରେ ଆଉ ଜଣେ ନିର୍ଦ୍ଦେଶକଙ୍କୁ ହାଜର ହେବା ପାଇଁ ନୋଟିସ ଜାରି କଲା କ୍ରାଇମବ୍ରାଂଚ୍

ଭୁବନେଶ୍ୱର- ଖୋର୍ଦ୍ଧା ସରୁଅ ଜମି ଦୁର୍ନୀତି ମାମଲାରେ ବୈଜୟନ୍ତ ଓ ଜଗି ମଙ୍ଗତ ପଣ୍ଡାଙ୍କ କମ୍ପାନି ଓଡିଶା ଇନଫ୍ରାଟେକ୍‌ର ଆଉ ଜଣେ ନିର୍ଦ୍ଦେଶକ ନିହାର ଭୂୟାଁଙ୍କୁ ପଚରଉଚରା ପାଇଁ ନୋଟିସ ଜାରି କରିଛି କ୍ରାଇମବ୍ରାଂଚ୍ ।

ନିୟାର ଭୂୟାଁ ବର୍ତମାନ ଓଡିଶା ଇନଫ୍ରାଟେକ ପ୍ରାଇଭେଟ ଲିମିଟେଡର ନିର୍ଦ୍ଦେଶକ ସହ ଓଟିଭିର ସିଇଓ ବି ଅଛନ୍ତି । ପୂର୍ବରୁ ମନୋରଂଜନ ଷଡଙ୍ଗୀ ଓ ବିଭୁ ରଥଙ୍କୁ ଜେରା କରିଥିଲା କ୍ରାଇମବ୍ରାଂଚ୍ । ମନୋରଂଜନଙ୍କୁ ଗିରଫ କରାଯାଇଛି । ଗିରଫ ହେଲା ପରେ ମନୋରଂଜନ ଚାକିରୀରୁ ଇସ୍ତଫା ଦେଇଛନ୍ତି ।

Comments are closed.