ଏସସିବିରୁ ହାଇଦର ଫେରାର ଘଟଣାର ତନାଘନା ଜାରି

କଟକ- ଏସସିବିରୁ ଫେରାର ହୋଇଯାଇଥିବା କୁଖ୍ୟାତ ଗ୍ୟାଙ୍ଗଷ୍ଟର ହାଇଦରକୁ ଧରିବା ପାଇଁ ଧରପଗଡ ଆରମ୍ଭ ହୋଇଛି । ଫେରାର ଘଟଣାରେ ୪ଟି ଟିମ୍ ଗଠନ କରାଯାଇ ତଦନ୍ତ ଚାଲିଛି ବୋଲି ଏସିପି କହିଛନ୍ତି । କଟକ ଡିସିପିଙ୍କ ନେତୃତ୍ୱରେ ତଦନ୍ତ ଚାଲିଛି । କେନ୍ଦ୍ରାପଡା, ଜଗତସିଂହପୁର, ଯାଜପୁର ଏସପିଙ୍କୁ ସତର୍କ କରାଯାଇଛି । ବାଲେଶ୍ୱର ଓ ମୟୂରଭଂଜ ଏସପିଙ୍କୁ ମଧ୍ୟ ସତର୍କ କରାଯାଇଥିବା ଏସିପି କହିଛନ୍ତି । ଗତକାଲି ଏସସିବିରୁ ହାଇଦର ଫେରାରେ ହୋଇଯାଇଥିଲା ।

Comments are closed.