ଓଟିଭି ବିରୋଧରେ ସ୍ୱାଧୀକାର ଭଙ୍ଗ ପ୍ରକ୍ରିୟା ଆରମ୍ଭ ପାଇଁ ଅନୁରୋଧ କରି ଲୋକସଭା ବାଚସ୍ପତିଙ୍କୁ ଚିଠ ଲେଖିଲେ ସାଂସଦ ଚନ୍ଦ୍ରାଣୀ

ଭୁବନେଶ୍ୱର- ଲୋକସଭା ସାଂସଦ ଚନ୍ଦ୍ରାଣୀ ମୁର୍ମୁ ଓଟିଭି ବିରୋଧରେ ସ୍ୱାଧୀକାର ଭଙ୍ଗ ନୋଟିସ ପାଇଁ ଅନୁରୋଧ କରି ଲୋକସଭା ବାଚସ୍ପତି ଓମ ପ୍ରକାଶ ବିର୍ଲାଙ୍କୁ ଚିଠି ଲେଖିଛନ୍ତି । ଏକ ଫେକ୍ ଭାଇରାଲ୍ ଭିଡିଓ ଲିକ୍ କରାଯାଇ ତାଙ୍କୁ ଉଦ୍ଦେଶ୍ୟମୂଳକ ଭାବେ ବଦନାମ କରାଯାଉଛି କହି ଚନ୍ଦ୍ରାଣୀ ଓଟିଭି ରିପୋର୍ଟର ରମେଶ ରଥ ଓ ଓଟିଭି କର୍ତୃପକ୍ଷଙ୍କ ବିରୋଧରେ ଅଭିଯୋଗ କରିଛନ୍ତି । ପୋଲିସ ରମେଶ ରଥଙ୍କ ବିରୋଧରେ ତଦନ୍ତ ଆରମ୍ଭ କରିଥିଲେ ମଧ୍ୟ ଓଟିଭି କର୍ତୃପକ୍ଷ ତାଙ୍କୁ ଘଂଟ ଘୋଡାଇ ସତକୁ ଲୁଚାଇବାକୁ ଚେଷ୍ଟା କରିଛନ୍ତି ବୋଲି ଚନ୍ଦ୍ରାଣୀ ବାଚସ୍ପତିଙ୍କୁ ଲେଖିଥିବା ଚିଠିରେ ଉଲ୍ଲେଖ କରିଛନ୍ତି ।

ଓଟିଭି ଏକାଧିକ ମିଥ୍ୟା ଖବର ପ୍ରସାର କରି ସତ୍ୟକୁ ଅପଳାପ କରୁଥିବା ଅଭିଯୋଗ କରିଛନ୍ତି ଚନ୍ଦ୍ରାଣୀ । ଏଭଳି ଖବର ପ୍ରସାରଣରୁ ଓଟିଭିକୁ ବାରଣ କରାଯିବା ସହ ଓଟିଭି ପ୍ରମୋଟରଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ନେବା ପାଇଁ ନିର୍ଦ୍ଦେଶ ଦେବାକୁ ବାଚସ୍ପତିଙ୍କୁ ଅନୁରୋଧ କରିଛନ୍ତି ଚନ୍ଦ୍ରାଣୀ ।

Comments are closed.