ଓଡିଶା – ମୋ ପରିବାର ଉଦ୍ୟମରେ ଦିଲ୍ଲୀରୁ ଆସିଲା ଓଡ଼ିଆଙ୍କ ପାର୍ଥିବ ଶରୀର

ଭୁବନେଶ୍ୱର: ଓଡ଼ିଶାର ଜଗତସିଂହପୁର ଜିଲ୍ଲା ଅନ୍ତର୍ଗତ ମୁକୁନ୍ଦପୁର ଗ୍ରାମର 25 ବର୍ଷୀୟ ମେଧାବୀ ଛାତ୍ର ସୂର୍ଯ୍ୟକାନ୍ତ ସ୍ୱାଇଁ ହୃଦରୋଗରେ ପୀଡିତ ହୋଇ ସ୍ବାସ୍ଥ୍ୟବସ୍ଥା ବିଗିଡି ଯିବାରୁ ଗତ 14 ତାରିଖରେ ତାଙ୍କୁ ଭୁବନେଶ୍ବର ସ୍ଥିତ ଏମ୍ମ୍ସ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ହେଲେ ସ୍ଵାସ୍ଥ୍ୟବସ୍ଥା ନିୟନ୍ତ୍ରଣ ବହିର୍ଭୁତ ହେବା ପରେ ତାଙ୍କୁ ଗତ 16 ତାରିଖ ଦିନ ଭୁବନେଶ୍ବରରୁ ତୁରନ୍ତ ଦିଲ୍ଲୀ ଏମ୍ମ୍ସ ହସ୍ପିଟାଲକୁ ସ୍ତାନାନ୍ତର କରାଯାଇଥିଲା । ସେଠାରେ ଚିକିସ୍ଥାଧୀନ ଅବସ୍ଥାରେ ଗତ 18 ତାରିଖ ଦିନ ତାଙ୍କର ମୃତ୍ୟୁ ଘଟିଥୁଲା | ତେବେ ସ୍ୱାଇଁଙ୍କ ପାର୍ଥିବ ଶରୀରକୁ ଓଡ଼ିଶା ଫେରାଇ ଆଣିବା ପରିବାର ପକ୍ଷରେ ସମ୍ଭବପର ନଥୁଲା । ଏ ସମ୍ପର୍କରେ ସ୍ବର୍ଗତ ସ୍ୱାଇଁଙ୍କ ଭାଇ ଦିଲ୍ଲୀ ସ୍ଥିତ ଓଡିଆ ମହାମଞ୍ଚର ମୁଖ୍ୟ ଗୋବର୍ଦ୍ଧନ ଧଳଙ୍କୁ ଜଣାଇଥିଲେ । ଧଳ ଏ ସମ୍ପର୍କରେ ତୁରନ୍ତ ଓଡିଶା – ମୋ ପରିବାରକୁ ଅବଗତ କରାଇଥିଲେ ।

ଓଡ଼ିଶା – ମୋ ପରିବାର ଏ ଦିଗରେ ପଦକ୍ଷେପ ଗ୍ରହଣ କରି ପାର୍ଥିବ ଶରୀରକୁ ଓଡ଼ିଶା- ଫେରାଇ ଆଣିବା ଲାଗି ସମସ୍ତ ପ୍ରକାରର ଆର୍ଥିକ ସହାୟତା କରିବା ସହ ଅନ୍ୟାନ୍ୟ ବ୍ୟବସ୍ଥା ମଧ୍ୟ କରିଥିଲେ ।

ଓଡ଼ିଶା – ମୋ ପରିବାର ଏବଂ ଓଡ଼ିଆ ମହାମଞ୍ଚର ମୁଖ୍ୟ ଗୋବର୍ଦ୍ଧନ ଧଳ ଓ ମନୋଜ ନାଏକଙ୍କ ମିଳିତ ଉଦ୍ୟମରେ ଆଜି ସକାଳ 11 ଟାରେ ପାର୍ଥିବ ଶରୀର ଭୁବନେଶ୍ବର ବିମାନବନ୍ଦରରେ ପହଞ୍ଚିବା ପରେ ଆବାହକ ସେଠାରେ ଉପସ୍ଥିତ ରହି ପାର୍ଥିବ ଶରୀରକୁ ଗ୍ରହଣ କରିଥିଲେ । ଏହାପରେ ସ୍ୱାଇଁଙ୍କ ପାର୍ଥିବ ଶରୀରକୁ ତାଙ୍କ ଜନ୍ମମାଟିକୁ ପଠାଇବା ଲାଗି ସମସ୍ତ ପ୍ରକାରର ବ୍ୟବସ୍ଥା ଓଡିଶା – ମୋ ପରିବାର ତରଫରୁ କରାଯାଇଥିଲା ।

ଏହି ମହତ କାର୍ଯ୍ୟ ଲାଗି ମୃତକଙ୍କ ପରିବାରବର୍ଗ ଓଡିଶା – ମୋ ପରିବାର ନିକଟରେ କୃତଜ୍ଞତା ଜ୍ଞାପନ କରିଛନ୍ତି |

Comments are closed.