ଶ୍ରୀକ୍ଷେତ୍ରରେ ଶ୍ରଦ୍ଧାଳୁଙ୍କ ପାଇଁ ଏଣିକି ୧୦୦ ରୁ ୧୫୦ ଟଙ୍କାରେ ରହଣି ବ୍ୟବସ୍ଥା, ମୁଖ୍ୟ ପ୍ରଶାସକ କ୍ରିଷନ କୁମାରଙ୍କ ସୂଚନା

ପୁରୀ- ଏଣିକି ଶ୍ରୀକ୍ଷେତ୍ରକୁ ଆସୁଥିବା ଶ୍ରଦ୍ଧାଳୁମାନେ ମାତ୍ର ୧୦୦ରୁ ୧୫୦ ଟଙ୍କା ମଧ୍ୟରେ ରହଣୀର ସୁୁବିଧା ପାଇପାରିବେ । ଏହି ସ୍ୱଳ୍ପ ଦେୟ ଦେଇ ସେମାନେ ରହିବା ସହ ଖାଦ୍ୟପେୟର ବି ସୁବିଧା ପାଇପାରିବେ ।

ଏଥିପାଇଁ ଭକ୍ତ ନିବାସ ନିର୍ମାଣ କରାଯିବ । ରାଜ୍ୟ ସରକାରଙ୍କ ଅବଢା ଯୋଜନା ଅନୁସାରେ ପୁରୀକୁ ଆସୁଥିବା ଶ୍ରଦ୍ଧାଳୁଙ୍କ ପାଇଁ ଏହି କମ୍ ଦେୟର ରହିବା ଓ ଖାଇବା ବ୍ୟବସ୍ଥା କରାଯାଉଛି । ଏ ନେଇ ୯ରୁ ୧୦ ଏକର ଜମି ଚିହ୍ନଟ ହୋଇଛି, ଯେଉଁଠାରେ ଧର୍ମଶାଳାର ନିର୍ମାଣ କରାଯିବ ବୋଲି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଡକ୍ଟର କ୍ରିଷନ କୁମାର ସୂଚନା ଦେଇଛନ୍ତି ।

ଅବଢା ଯୋଜନାରେ ଶ୍ରୀମନ୍ଦିରର ସୌନ୍ଦର୍ଯ୍ୟକରଣ, ମଲ୍ଟିପଲ ପାର୍କିଂ ବ୍ୟବସ୍ଥା, ଶ୍ରୀସେତୁ ସମେତ ଅନ୍ୟାନ୍ୟ ଉନ୍ନତିମୂଳକ କାର୍ଯ୍ୟ କରାଯାଇଥିବା ବେଳେ ଶ୍ରଦ୍ଧାଳୁଙ୍କ ପାଇଁ ରହଣୀର ବ୍ୟବସ୍ଥା ମଧ୍ୟ କରାଯିବ ।

Comments are closed.