କନଷ୍ଟେବଳ-ହାବିଲଦାର ପଦବୀରୁ ଏ.ଏସ.ଆଇ ପ୍ରଶିକ୍ଷଣ ପାଇଁ ମନୋନୟନକୁ ଡିଜିପିଙ୍କ ଅନୁମୋଦନ

ଭୁବନେଶ୍ୱର-କନଷ୍ଟେବଳ, ଲାନ୍ସ ନାଏକ, ହାବିଲଦାର ଓ ସିଆଇ ହାବିଲଦାର ପଦବୀରୁ ଏ.ଏସ.ଆଇ ପ୍ରଶିକ୍ଷଣ ପାଇଁ ମନୋନୟନକୁ ପୋଲିସ ମହାନିର୍ଦ୍ଦେଶକ ଅଭୟ ଅନୁମୋଦନ କରିଛନ୍ତି । ମନୋନୀତ ପ୍ରାର୍ଥୀଙ୍କ ମଧ୍ୟରେ ୮୪୯ ଜଣ ସାଧାରଣ ବର୍ଗର ହୋଇଥିବା ବେଳେ ଅନୁସୂଚିତ ଜାତିର ୨୪୩ ପ୍ରାର୍ଥୀ ଅଛନ୍ତି । ଓଡିଶା ପୋଲିସ ପକ୍ଷରୁ ଏଥିପାଇଁ ଲିଖିତ ପରୀକ୍ଷା କରାଯାଇଥିଲା । ଯେଉଁଥିରେ ଏ.ଏସ.ଆଇ ପ୍ରଶିକ୍ଷଣର ଯୋଗ୍ୟତା ହାସଲ ପାଇଁ ମୋଟ ମାର୍କର ୪୦ ପ୍ରତିଶତ ରଖିବା ବାଧ୍ୟତାମୂଳକ ଥିଲା । ଅନୁସୂଚିତ ଜନଜାତି ବର୍ଗଙ୍କ ଏହି ଲିଖିତ ପରୀକ୍ଷା ୭ ବର୍ଷ ଓ ସାଧାରଣ ବର୍ଗଙ୍କ ପାଇଁ ଲିଖିତ ପରୀକ୍ଷା ୧୮ ବର୍ଷ ପରେ ହୋଇଥିଲା ।

ମନୋନୀତ ପ୍ରାର୍ଥୀମାନଙ୍କୁ ୪ ମାସର ପାଠ୍ୟ ଖସଡାରେ ପ୍ରଶିକ୍ଷଣ ପ୍ରଦାନ କରାଯିବ । ଏହି ପ୍ରଶିକ୍ଷଣ ୨୦୨୧ ଫେବ୍ରୁଆରୀ ୧୫ ତାରିଖଠାରୁ ଆରମ୍ଭ ହେବ । ପ୍ରଶିକ୍ଷଣ ପରେ ସେମାନଙ୍କୁ ଏ.ଏସ.ଆଇ ପାଠ୍ୟ ଖସଡା ବାବଦରେ ଏକ ପରୀକ୍ଷାରେ ପାସ୍ ହେବାକୁ ପଡିବ । ପରେ ସେମାନଙ୍କୁ ୨ ମାସର ବ୍ୟବହାରିକ ପ୍ରଶିକ୍ଷଣ ଦିଆଯିବ । ଏ.ଏସ.ଆଇ ପାଠ୍ୟ ଖସଡା ପ୍ରଶିକ୍ଷଣ ଓ ଥାନାରେ ବାସ୍ତବ ଜ୍ଞାନ ଆହରଣ ପରେ ସେମାନଙ୍କୁ ନିୟମିତ ଭାବେ ନିଯୁକ୍ତି ଦିଆଯିବ ।

Comments are closed.