କରୋନା ଅପଡେଟ୍‌: ଗତ ୨୪ ଘଣ୍ଟାରେ ଆଉ ୧୧,୮୩୧ ଆକ୍ରାନ୍ତ ଚିହ୍ନଟ, ୮୪ ମୃତ

ନୂଆଦିଲ୍ଲୀ – ଭାରତରେ ଗତ ୨୪ ଘଣ୍ଟାରେ ଆଉ ୧୧,୮୩୧ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏହି ମହାମାରୀରେ ଆଉ ୮୪ ଜଣ ପ୍ରାଣ ହରାଇଛନ୍ତି । ଦେଶରେ ଏବେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧ କୋଟି ୮ ଲକ୍ଷ ୩୮ ହଜାର ୧୯୪ରେ ପହଞ୍ଚିଛି । କୋଭିଡ୍‌-୧୯ରେ ଦେଶରେ ଏଯାବତ ୧ ଲକ୍ଷ ୫୫,୦୮୦ ଲୋକଙ୍କ ମୃତ୍ୟୁ ହୋଇଛି ।

ସ୍ୱାସ୍ଥ୍ୟ ମନ୍ତ୍ରାଳୟ ସୂଚନା ମୁତାବକ, ଦେଶରେ ଏବେ କେବଳ ୧ ଲକ୍ଷ ୪୮ ହଜାର ୬୦୯ ସକ୍ରିୟ ମାମଲା ବା ଚିକିତ୍ସାଧୀନ ରୋଗୀ ଅଛନ୍ତି । ଏଯାବତ କରୋନାରୁ ୧ କୋଟି ୫ ଲକ୍ଷ ୩୪,୫୦୫ ଜଣ ଲୋକ ସୁସ୍ଥ ହୋଇଛନ୍ତି । ଭାରତରେ କରୋନା ଟିକାକରଣ କାର୍ଯ୍ୟକ୍ରମ ଜାରି ରହିଛି । ବର୍ତ୍ତମାନ ସୁଦ୍ଧା ୫୮ ଲକ୍ଷ ୧୨ ହଜାର ୩୬୨ ଜଣ ଲୋକଙ୍କୁ କୋଭିଡ୍ ଟିକା ଦିଆଯାଇଥିବା ସ୍ୱାସ୍ଥ୍ୟ ମନ୍ତ୍ରାଳୟ ତରଫରୁ କୁହାଯାଇଛି ।

Comments are closed.