କରୋନା ଅପଡେଟ୍‌: ଗତ ୨୪ ଘଣ୍ଟାରେ ଭାରତରେ ଆଉ ୧୮ ହଜାର ରୋଗୀ ଚିହ୍ନଟ, ୨୩୪ ମୃତ

ନୂଆଦିଲ୍ଲୀ – ଭାରତରେ ଦୈନିକ କରୋନା ସଂକ୍ରମଣ ନିୟନ୍ତ୍ରଣରେ ରହିଛି । ପ୍ରାୟ ଏକ ମାସ ଧରି ଦୈନିକ କରୋନା ମାମଲା ୨୫ ହଜାର ତଳକୁ ରହିଛି । ଗତ ୨୪ ଘଣ୍ଟାରେ ଦେଶରେ ଆଉ ୧୮,୧୩୯ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏହି ରୋଗରେ ଆଉ ୨୩୪ ଜଣ ଲୋକଙ୍କ ମୃତ୍ୟୁ ବି ହୋଇଥିବା ବେଳେ ଆଉ ୨୦,୫୩୯ ଲୋକ ସୁସ୍ଥ ହୋଇଛନ୍ତି । ସ୍ୱାସ୍ଥ୍ୟ ମନ୍ତ୍ରାଳୟ ସୂଚନା ମୁତାବକ ଦେଶରେ ଏବେ ମୋଟ କରୋନା ମାମଲା ୧ କୋଟି ୪ ଲକ୍ଷ ୧୩,୪୧୭କୁ ବୃଦ୍ଧି ପାଇଛି । ଏହି ମହାମାରୀ ଏଯାବତ୍ ୧ ଲକ୍ଷ ୫୦ ହଜାର ୫୭୦ ଲୋକଙ୍କ ଜୀବନ ନେଇଥିବା ବେଳେ ୧ କୋଟି ୩୭ ଲକ୍ଷ ୩୯୮ ଲୋକ ଏହି ଘାତକ ରୋଗରୁ ସୁସ୍ଥ ହୋଇଛନ୍ତି । ଭାରତରେ ଏବେ କେବଳ ୨ ଲକ୍ଷ ୨୫ ହଜାର ୪୪୯ ସକ୍ରିୟ ମାମଲା ବା ଚିକିତ୍ସାଧୀନ ରୋଗୀ ରହିଛନ୍ତି ।

Comments are closed.