ବଦାୟୁଁ ଗଣବଳାତ୍କାର ଓ ହତ୍ୟା ଘଟଣାର ମୁଖ୍ୟ ଅଭିଯୁକ୍ତ ଗିରଫ

ଲକ୍ଷ୍ନୌ – ଉତ୍ତର ପ୍ରଦେଶର ବହୁ ଚର୍ଚ୍ଚିତ ବଦାୟୁଁ ଗଣବଳାତ୍କାର ଓ ହତ୍ୟା ଘଟଣାର ଫେରାର ଥିବା ମୁଖ୍ୟ ଅଭିଯୁକ୍ତକୁ ଗିରଫ କରାଯାଇଛି । ଅଭିଯୁକ୍ତ ଜଣକ ସେହି ଅଞ୍ଚଳର ହିଁ ଜଣେ ପୂଜାରୀ । ସେ ତିନି ଦିନ ଧରି ସେଠାରେ ଲୁଚିଥିଲା । ପୋଲିସ ଗୁରୁବାର ରାତିରେ ତାକୁ ତାର ଜଣେ ଭକ୍ତର ଘରୁ ଗିରଫ କରିଥିଲା । ମୁଖ୍ୟ ଅଭିଯୁକ୍ତର ନାମ ହେଉଛି ସତ୍ୟନାରାୟଣ । ସେ ଉକ୍ତ ଗ୍ରାମର ଏକ ମନ୍ଦିରରେ ପୂଜାରୀ ବୋଲି ଜଣାପଡିଛି । ଏହି ଲୋମହର୍ଷକ ଘଟଣା ପରେ ସତ୍ୟନାରାୟଣ ଫେରାର ହୋଇଯାଇଥିଲା ।

ପୋଲିସ୍ ତା ଉପରେ ୨୫ ହଜାର ପୁରସ୍କାର ଘୋଷଣା କରିଥିଲା । ପରେ ଏହାକୁ ୫୦ ହଜାରକୁ ବୃଦ୍ଧି କରାଯାଇଥିଲା । ଗତ ରବିବାର ବଦାୟୁଁର ଓଧୈତି ଗ୍ରାମର ଏକ ମନ୍ଦିରରେ ଜଣେ ୫୦ ବର୍ଷୀୟ ଅଙ୍ଗନବାଡି କର୍ମୀଙ୍କୁ ଗଣବଳାତ୍କାର ଓ ହତ୍ୟା କରାଯାଇଥିଲା । ସନ୍ଧ୍ୟାରେ ମହିଳା ଜଣକ ପୂଜା କରିବାକୁ ସେହି ମନ୍ଦରିକୁ ଯାଇଥିଲା ବେଳେ ମନ୍ଦିରର ପୂଜାରୀ ଓ ତାର କିଛି ସହଯୋଗୀ ତାଙ୍କୁ ବଳାତ୍କାର କରିବା ପରେ ହତ୍ୟା କରିଥିଲେ ।

Comments are closed.