କରୋନା ଅପଡେଟ୍‌: ଚିହ୍ନଟ ହେଲେ ୧୮ ହଜାର ନୂଆ ଆକ୍ରାନ୍ତ, ସକ୍ରିୟ ମାମଲା ଅଢ଼େଇ ଲକ୍ଷ ତଳକୁ ଖସିଲା

ନୂଆଦିଲ୍ଲୀ – ଭାରତରେ ନିୟନ୍ତ୍ରଣରେ ରହିଛି କରୋନା ସଂକ୍ରମଣ । ଗତ ଆଠ ଦିନ ଧରି ଦୈନିକ ମାମଲା ୧୯ ହଜାର ତଳେ ରହିଛି । ଗତ ୨୪ ଘଣ୍ଟାରେ ଭାରତରେ ଆଉ ୧୮,୧୭୭ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏହି ମହାମାରୀ ଆଉ ୨୧୭ ଜଣ ଲୋକଙ୍କ ଜୀବନ ନେଇଥିବା ବେଳେ ଦିନକରେ ଆଉ ୨୦,୯୨୩ ଲୋକ ସୁସ୍ଥ ହୋଇଛନ୍ତି । କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟ ସୂଚନା ମୁତାବକ, ଭାରତରେ ଏବେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧ କୋଟି ୩ ଲକ୍ଷ ୨୩ ହଜାରକୁ ବୃଦ୍ଧି ପାଇଛି । ଏଥିମଧ୍ୟରୁ ୧ ଲକ୍ଷ ୪୯ ହଜାର ୪୩୫ ଜଣ ଲୋକଙ୍କ ମୃତ୍ୟୁ ହୋଇଛି । ଦେଶରେ ଏଯାବତ୍ ଏହି ଘାତକ ରୋଗରୁ ୯୯ ଲକ୍ଷ ୨୭ ହଜାର ସୁସ୍ଥ ହୋଇସାରିଛନ୍ତି । ମୋଟ ସକ୍ରିୟ ମାମଲାରେ କ୍ରମାଗତ ହ୍ରାସ ଘଟୁଛି । ଏବେ ଦେଶରେ ସକ୍ରିୟ ମାମଲା ଅଢ଼େଇ ଲକ୍ଷ ତଳକୁ ଖସିଛି । ବର୍ତ୍ତମାନ ସୁଦ୍ଧା ଭାରତରେ କେବଳ ୨ ଲକ୍ଷ ୪୭ ହଜାର ସକ୍ରିୟ ମାମଲା ବା ଚିକିତ୍ସାଧୀନ ରୋଗୀ ରହିଛନ୍ତି ।

Comments are closed.