କରୋନା ଅପଡେଟ୍‌: ଦିନକରେ ଆଉ ୧୬,୭୩୮ ଆକ୍ରାନ୍ତ ଚିହ୍ନଟ, ୧୩୮ ମୃତ

ନୂଆଦିଲ୍ଲୀ – ପ୍ରାୟ ଦେଢ଼ମାସ ପରେ ଦେଶରେ ଦୈନିକ କରୋନା ମାମଲା ଅଚାନକ ବଢ଼ିଛି । ଗତ ୨୪ ଘଣ୍ଟାରେ ଦେଶରେ ୧୬, ୭୩୮ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଦିନକରେ ଏହି ରୋଗରେ ଆଉ ୧୩୮ ଜଣଙ୍କ ମୃତ୍ୟୁ ହୋଇଛି । ଏହି ରୋଗରୁ ଆଉ ୧୧,୭୯୯ ଲୋକ ସୁସ୍ଥ ମଧ୍ୟ ହୋଇଛନ୍ତି ।

ସ୍ୱାସ୍ଥ୍ୟ ମନ୍ତ୍ରାଳୟ ସୂଚନା ମୁତାବକ, ଦେଶରେ ଏବେ କରୋନାର ମୋଟ ମାମଲା ୧ କୋଟି ୧୦ ଲକ୍ଷ ୪୬ ହଜାର ୯୧୪କୁ ବୃଦ୍ଧି ପାଇଛି । ଏଥିମଧ୍ୟରୁ ୧ ଲକ୍ଷ ୫୬ ଜହାର ୭୦୫ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୧ କୋଟି ୭ ଲକ୍ଷ ୩୮ ୫୦୧ ଲୋକ ସୁସ୍ଥ ହୋଇଛନ୍ତି ।

ଦେଶରେ ଏବେ ମୋଟ ସକ୍ରିୟ ମାମଲା ବା ଚିକିତ୍ସାଧୀନ ରୋଗୀଙ୍କ ସଂଖ୍ୟା ସାମାନ୍ୟ ବଢ଼ିଯାଇଛି । ସକ୍ରିୟ ମାମଲା ଏବେ କିଛିଦିନ ମଧ୍ୟରେ ବଢ଼ି ୧ ଲକ୍ଷ ୫୧ ହଜାର ୭୦୮ରେ ପହଞ୍ଚିଛି ।

Comments are closed.