କରୋନା ଅପଡେଟ୍‌: ଦିନକରେ ୧୬,୪୩୨ ଆକ୍ରାନ୍ତ ଚିହ୍ନଟ, ୬ ମାସରେ ସର୍ବନିମ୍ନ

ନୂଆଦିଲ୍ଳୀ – ଛଅ ମାସ ପରେ ଭାରତରେ ସର୍ବନିମ୍ନ ଦୈନିକ ମାମଲା ସାମ୍ନାକୁ ଆସିଛି । ଗତ ୨୪ ଘଣ୍ଟାରେ ଆଉ ୧୬,୪୩୨ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଜୁନ୍ ୨୪ ପରେ ଏହା ହେଉଛି ସର୍ବନିମ୍ନ ଦୈନିକ ମାମଲା । ଚଳିତ ମାସରେ ତୃତୀୟ ଥର ପାଇଁ ଦୈନିକ ଆକ୍ରାନ୍ତଙ୍କ ସଂଖ୍ୟା ୨୦ ହଜାର ତଳକୁ ଖସିଛି । ଏଥିସହ ଭାରତରେ ମୋଟ ମାମଲା ୧ କୋଟି ୨ଲକ୍ଷ ୨୪ ହଜାର ୩୦୩କୁ ବୃଦ୍ଧି ପାଇଛି । ଦିନକରେ ଏହି ରୋଗରେ ଆଉ ୨୫୨ ଜଣଙ୍କ ମୃତ୍ୟୁ ହୋଇଛି । ଏହାକୁ ମିଶାଇ ଦେଶରେ ଏହି ମହାମାରୀରେ ଜୀବନ ହାରିଥିବା ଲୋକଙ୍କ ସଂଖ୍ୟା ୧ ଲକ୍ଷ ୪୮ ହଜାର ୧୫୩ରେ ପହଞ୍ଚିଛି । ଗତ ୨୪ ଘଣ୍ଟାରେ ଏହି ରୋଗରୁ ଆଉ ୨୪ ହଜାର ୩୦୩ ଜଣ ସୁସ୍ଥ ହୋଇଛନ୍ତି । ଫଳରେ ମୋଟ ସୁସ୍ଥଙ୍କ ସଂଖ୍ୟା ୯୮ ଲକ୍ଷ ୭ ହଜାର ୫୬୯କୁ ବୃଦ୍ଧି ପାଇଛି । ସ୍ୱାସ୍ଥ୍ୟ ମନ୍ତ୍ରାଳୟ ସୂଚନା ମୁତାବକ ଦେଶରେ ଏବେ କେବଳ ୨ ଲକ୍ଷ ୬୮ ହଜାର ୫୮୧ ସକ୍ରିୟ ମାମଲା ବା ଚିକିତ୍ସାଧୀନ ରୋଗୀ ରହିଛନ୍ତି ।

Comments are closed.