କରୋନା ଅପଡେଟ୍‌: ଦୁଇ ଲକ୍ଷ ତଳକୁ ଖସିଲା ସକ୍ରିୟ ମାମଲା

ନୂଆଦିଲ୍ଲୀ – ଭାରତରେ ଏବେ ଦୈନିକ କରୋନା ସଂକ୍ରମିତଙ୍କ ସହ ସକ୍ରିୟ ରୋଗୀଙ୍କ ସଂଖ୍ୟା କମିବାରେ ଲାଗିଛି । ଗତ ୨୪ ଘଣ୍ଟାରେ ଦେଶରେ ଆଉ ୧୩,୮୨୩ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଏଥିସହ ଭାରତରେ ମୋଟ ସଂକ୍ରମିତଙ୍କ ସଂଖ୍ୟା ୧ କୋଟି ୫ ଲକ୍ଷ ୯୫,୬୬୦କୁ ବୃଦ୍ଧି ପାଇଛି । ଏହି ରୋଗରୁ ସୁସ୍ଥ ହୋଇଥିବା ଲୋକଙ୍କ ସଂଖ୍ୟା ମଧ୍ୟ ବଢ଼ୁଛି ।

ଏଯାବତ୍ ଦେଶରେ ୧ କୋଟି ୨ ଲକ୍ଷ ୪୫ ହଜାର ୭୪୧ ଜଣ ଲୋକ ସୁସ୍ଥ ହୋଇସାରିଲେଣି । ଦିନକରେ ଏହି ମହାମାରୀ ଆଉ ୧୬୨ ଜଣଙ୍କ ଜୀବନ ନେଇଛି । ଏବେ ସୁଦ୍ଧା ଦେଶରେ ୧ଲକ୍ଷ ୫୨ ହଜାର ୭୧୮ ଲୋକଙ୍କ ମୃତ୍ୟୁ ହୋଇଛି । ଦେଶରେ ଏବେ ସକ୍ରିୟ ରୋଗୀଙ୍କ ସଂଖ୍ୟା ୨ ଲକ୍ଷ ତଳକୁ ଖସିଛି । ବର୍ତ୍ତମାନ ମାତ୍ର ୧ ଲକ୍ଷ ୯୭ ହଜାର ୨୦୧ ସକ୍ରିୟ ମାମଲା ବା ଚିକିତ୍ସାଧୀନ ରୋଗୀ ଅଛନ୍ତି । ଦେଶରେ ସୁସ୍ଥ ସଂଖ୍ୟା ହାର ୯୬.୭୦%କୁ ବୃଦ୍ଧି ପାଇଥିବାବେଳେ ମୃତ୍ୟୁ ହାର ୧.୪୪%କୁ କମିଛି ।

Comments are closed.