କରୋନା ଅପଡେଟ୍‌: ଦେଶରେ ଆଉ ୧୧,୭୧୩ ଆକ୍ରାନ୍ତ ଚିହ୍ନଟ

ନୂଆଦିଲ୍ଲୀ – ଦେଶରେ ଗତ ୨୪ ଘଣ୍ଟାରେ ଆଉ ୧୧,୭୧୩ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏହି ରୋଗରେ ଆଉ ୯୩ ଜଣ ଲୋକଙ୍କ ମୃତ୍ୟୁ ହୋଇଥିବା ବେଳେ ୧୪, ୪୮୮ ଜଣ ସୁସ୍ଥ ହୋଇଛନ୍ତି । ଦେଶରେ କରୋନା ପ୍ରକୋପ କମିଥିଲେ ମଧ୍ୟ ଦୈନିକ ଦଶ ହଜାରରୁ ଊର୍ଦ୍ଧ୍ୱ ଆକ୍ରାନ୍ତ ଚିହ୍ନଟ ହେଉଛନ୍ତି ।

ଦେଶରେ ଏଯାବତ୍ ଆକ୍ରାନ୍ତଙ୍କ ସଂଖ୍ୟା ୧ କୋଟି ୮ ଲକ୍ଷ ୧୫,୨୨୨କୁ ବୃଦ୍ଧି ପାଇଛି । ଏଥିମଧ୍ୟରୁ ୧ ଲକ୍ଷ ୫୪ ହଜାର ୯୧୮ ଲୋକଙ୍କ ମୃତ୍ୟୁ ହୋଇଛି । କରୋନାରୁ ବର୍ତ୍ତମାନ ସୁଦ୍ଧା ୧ କୋଟି ୫ ଲକ୍ଷ ୧୦ ହଜାର ୭୯୬ ଲୋକ ସୁସ୍ଥ ହୋଇସାରିଛନ୍ତି । ଭାରତରେ ଏବେ କେବଳ ୧ ଲକ୍ଷ ୪୦ ହୌଜାର ୭୯୪ ସକ୍ରିୟ ମାମଲା ବା ଚିକିତ୍ସାଧୀନ ରୋଗୀ ଅଛନ୍ତି ।

Comments are closed.