କୋଭିଡ ଟିକା ନେଲେ ପୋଲିସ ଡିଜି ଓ ପୋଲିସ କମିଶନର

ଭୁବନେଶ୍ୱର – ରାଜ୍ୟରେ ଦ୍ୱିତୀୟ ପର୍ଯ୍ୟାୟ ଟିକାକରଣ ଆରମ୍ଭ ହୋଇଥିବା ବେଳେ ପୋଲିସ ଡିଜି ଅଭୟ କୋରୋନା ଟିକା ନେଇଛନ୍ତି । କଟକ ଇଣ୍ଡୋର ଷ୍ଟାଡିୟମରେ ଟିକା ନେଇଛନ୍ତି ପୋଲିସ ଡିଜି । ଟିକା ସୁରକ୍ଷିତ ବୋଲି ପୋଲିସ ଡିଜି କହିଛନ୍ତି । ପୋଲିସ କମିଶନର ସୁଧାଂଶୁ ଷଡଙ୍ଗୀ ମଧ୍ୟ ଟିକା ନେଇଛନ୍ତି ।

ସୂଚନାଯୋଗ୍ୟ ଯେ, ରାଜ୍ୟରେ ଦ୍ୱିତୀୟ ପର୍ଯ୍ୟାୟ ଟିକାକରଣରେ ମୋଟ ୧୬ ହଜାର ସମ୍ମୁଖ ଯୋଦ୍ଧା ଟିକା ନେବାକୁ ପଂଜିକୃତ ହୋଇଛନ୍ତି । ପ୍ରଥମ ପର୍ଯ୍ୟାୟରେ ସ୍ୱାସ୍ଥ୍ୟକର୍ମୀଙ୍କୁ ଟିକା ଦିଆଯାଇଥିବା ବେଳେ ଦ୍ୱିତୀୟ ପର୍ଯ୍ୟାୟରେ ଗୃହ ଓ ନଗର ଉନ୍ନୟନ ଏବଂ ରାଜସ୍ୱ ବିଭାଗ କର୍ମଚାରୀ ବି ଟିକା ନେବେ ।

Comments are closed.