କରୋନା ଅପଡେଟ୍‌: ଦେଶରେ ଆଉ ୨୨,୮୫୪ ନୂଆ ଆକ୍ରାନ୍ତ, ୧୨୬ ମୃତ

ନୂଆଦିଲ୍ଲୀ – ଭାରତରେ କରୋନା ସଂକ୍ରମଣ ପୁଣି ଦିନକୁ ଦିନ ବଢ଼ିବାରେ ଲାଗିଛି । ଅଢ଼େଇ ମାସ ପରେ ଦେଶରେ ଦୈନିକ ମାମଲା ୨୨ ହଜାର ଟପିଛି । ଗତ ୨୪ ଘଣ୍ଟାରେ ଆଉ ୨୨,୮୫୪ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏଥିସହ ଭାରତରେ ମୋଟ କୋଭିଡ୍‌-୧୯ ମାମଲା ୧,୧୨,୮୫,୫୬୧କୁ ବୃଦ୍ଧି ପାଇଛି । ଏହି ରୋଗରେ ଆଉ ୧୨୬ ଜଣଙ୍କ ମୃତ୍ୟୁ ହୋଇଛି । କରୋନାରେ ଏଯାବତ ଦେଶରେ ୧ ଲକ୍ଷ ୫୮ ହଜାର ୧୮୯ ଜଣ ଲୋକ ପ୍ରାଣ ହରାଇଲେଣି ।
କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟ ସୂଚନା ଅନୁସାରେ, ଗତ ୨୪ ଘଣ୍ଟାରେ ଭାରତରେ କରୋନାରୁ ଆଉ ୧୮,୧୦୦ ଲୋକ ସୁସ୍ଥ ହୋଇଛନ୍ତି । ଏଥିସହ ମୋଟ ସୁସ୍ଥ ହୋଇଥିବା ଲୋକଙ୍କ ସଂଖ୍ୟା ୧କୋଟି ୧୨ ଲକ୍ଷ ୮୫ ହଜାର ୫୬୧ରେ ପହଞ୍ଚିଛି । ଦେଶରେ ଏବେ ୧ ଲକ୍ଷ ୮୯ ହଜାର ୨୨୬ ସକ୍ରିୟ ମାମଲା ବା ଚିକିତ୍ସାଧୀନ ରୋଗୀ ଅଛନ୍ତି ।

କରୋନା ବିରୋଧରେ ଭାରତରେ ସମ୍ପ୍ରତି ଦ୍ୱିତୀୟ ପର୍ଯ୍ୟାୟ ଟିକାକରଣ ଚାଲିଛି । ଏଯାବତ୍ ମୋଟ ୨ କୋଟି ୪୩ ଲକ୍ଷ ୬୭ ହଜାର ୯୦୬ ଜଣ ଲୋକଙ୍କୁ କରୋନା ଟିକା ଦିଆଯାଇଥିବା ସ୍ୱାସ୍ଥ୍ୟ ମନ୍ତ୍ରାଳୟ ତରଫରୁ କୁହାଯାଇଛି ।

Comments are closed.