କରୋନା ଅପଡେଟ୍‌: ଦେଶରେ ଆଉ ୨୯,୩୯୮ ଆକ୍ରାନ୍ତ ଚିହ୍ନଟ

ନୂଆଦିଲ୍ଲୀ – ଭାରତରେ ଗତ ୨୪ ଘ ।ରେ ଆଉ ୨୯, ୩୯୮ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ନୂଆ ଆକ୍ରାନ୍ତଙ୍କୁ ମିଶାଇ ଦେଶରେ ମୋଟ ସଂକ୍ରମିତଙ୍କ ସଂଖ୍ୟା ୯୭ ଲକ୍ଷ ୯୬ ହଜାର ୭୬୯କୁ ବୃଦ୍ଧି ପାଇଛି । ସ୍ୱାସ୍ଥ୍ୟ ମନ୍ତ୍ରାଳୟ ସୂଚନା ମୁତାବକ ଦିନକରେ ଆଉ ୪୧୪ ଜଣ ଲୋକଙ୍କ ମୃତ୍ୟୁ ହୋଇଛି । ଦୈନିକ ସଂକ୍ରମିତଙ୍କ ତୁଳନାରେ ପୁଣି ସୁସ୍ଥଙ୍କ ସଂଖ୍ୟା ଅଧିକ ରହିଛି । ଗତ ୨୪ ଘ ।ରେ ଏହି ରୋଗରୁ ୩୭,୫୨୮ ଜଣ ଲୋକ ସୁସ୍ଥ ହୋଇଛନ୍ତି । ଭାରତରେ କରୋନା ଜନିତ ମୃତ୍ୟୁ ସଂଖ୍ୟା ୧ ଲକ୍ଷ ୪୨ ହଜାର ୧୮୬ରେ ପହ ିଛି । ଏହି ରୋଗରୁ ଏଯାବତ ୯୨ ଲକ୍ଷ ୯୦ ହଜାରରୁ ଊର୍ଦ୍ଧ୍ୱ ଲୋକ ସୁସ୍ଥ ହୋଇଛନ୍ତି । ଲଗାତର ସପ୍ତମ ଦିନ ପାଇଁ ମୋଟ ସକ୍ରିୟ ମାମଲା ୪ ଲକ୍ଷ ତଳେ ରହିଛି । ଏବେ ଦେଶରେ ମୋଟ ୩ ଲକ୍ଷ ୬୩ ହଜାର ଲୋକ ଚିକିତ୍ସାଧୀନ ରହିଛନ୍ତି । ଆଇସିଏମଆର ସୂଚନା ଅନୁସାରେ ଗତକାଲି ମୋଟ ୧୫ କୋଟି ୧୭ ଲକ୍ଷ ନମୁନା ପରୀକ୍ଷା କରାଯାଇଥିଲା ।

Comments are closed.