କରୋନା ଅପଡେଟ୍‌: ଦେଶରେ ମୋଟ ସଂକ୍ରମିତ ସଂଖ୍ୟା ୯୮.୫୭ ଲକ୍ଷକୁ ବୃଦ୍ଧି

ନୂଆଦିଲ୍ଲୀ – ଭାରତରେ ଗତ ୨୪ ଘଣ୍ଟାରେ ଆଉ ୩୦,୨୫୪ ମାମଲା ସାମ୍ନାକୁ ଆସିଛି । ଯାହା ଗତକାଲି ତୁଳନାରେ ୮% ଅଧିକ । ଏଥିସହ ଦେଶରେ ମୋଟ କରୋନା ସଂକ୍ରମିତଙ୍କ ସଂଖ୍ୟା ୯୮ ଲକ୍ଷ ୫୭,୦୨୯କୁ ବୃଦ୍ଧି ପାଇଛି । ଦିନକରେ ଏହି ମହାମାରୀରେ ଆଉ ୩୯୧ ଜଣ ଲୋକ ପ୍ରାଣ ହରାଇଛନ୍ତି । ଏହାକୁ ମିଶାଇ ଭାରତରେ କରୋନା ଜନିତ ମୃତ୍ୟୁ ସଂଖ୍ୟା ୧ ଲକ୍ଷ ୪୩ ହଜାରକୁ ବୃଦ୍ଧି ପାଇଛି । ସୁସ୍ଥ ହାର ମଧ୍ୟ ବଢିବାରେ ଲାଗିଛି । ଗତ ୨୪ ଘଣ୍ଟାରେ ଏହି ରୋଗରୁ ୩୩,୧୩୬ ଜଣ ଲୋକ ସୁସ୍ଥ ହୋଇଛନ୍ତି । ଏଯାବତ ୯୩ ଲକ୍ଷ ୫୭ ହଜାର ଲୋକ ଏହି ରୋଗରୁ ଆରୋଗ୍ୟ ଲାଭ କରିଛନ୍ତି । ଦେଶରେ ଏବେ ସକ୍ରିୟ ମାମଲା ୩ ଲକ୍ଷ ୫୬ ହଜାରକୁ ଖସିଛି ।

Comments are closed.