କରୋନା ଅପଡେଟ୍‌: ଦେଶରେ ୧୨,୯୩୨ ନୂଆ ମାମଲା, ୧୦୮ ମୃତ

ନୂଆଦିଲ୍ଲୀ – ଭାରତରେ କ୍ରମାଗତ ଦ୍ୱିତୀୟ ଦିନ ୧୦ ହଜାରରୁ ଊର୍ଦ୍ଧ୍ୱ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଗତ ୨୪ ଘଣ୍ଟାରେ ଦେଶରେ ଆଉ ୧୨,୯୩୨ କରୋନା ମାମଲା ରେକର୍ଡ କରାଯାଇଛି । ଏହି ରୋଗରେ ଆଉ ୧୦୮ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୧୧,୭୬୪ ଜଣ ସୁସ୍ଥ ହୋଇଛନ୍ତି ।

ସ୍ୱାସ୍ଥ୍ୟ ମନ୍ତ୍ରାଳୟ ସୂଚନା ମୁତାବକ ଦେଶରେ ଏବେ ମୋଟ କରୋନା ମାମଲା ୧ କୋଟି ୮ ଲକ୍ଷ ୭୧ ହଜାରକୁ ବୃଦ୍ଧି ପାଇଛି । କରୋନାରେ ଦେଶରେ ଏଯାବତ ୧ ଲକ୍ଷ ୫୫ ହଜାର ୩୬୦ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୧ କୋଟି ୫ ଲକ୍ଷ ୭୩ ହଜାର ଲୋକ ସୁସ୍ଥ ହୋଇଛନ୍ତି । ଭାରତରେ ଏବେ କେବଳ ୧ ଲକ୍ଷ ୪୨ ହଜାର ସକ୍ରିୟ ମାମଲା ବା ଚିକିତ୍ସାଧୀନ ରୋଗୀ ଅଛନ୍ତି ।

ଦେଶରେ କୋଭିଡ୍‌-୧୯ ବିରୋଧରେ ଟିକାକରଣ ଜାରି ରହିଛି । ଏଯାବତ୍ ୭୦ ଲକ୍ଷ ଲୋକଙ୍କୁ ଟିକା ଲଗାଯାଇଛି । ଦିନକରେ ଆଉ ୪.୦୫ ଲକ୍ଷ ଟିକା ନେଇଛନ୍ତି । ଦ୍ୱିତୀୟ ପର୍ଯ୍ୟାୟ ଟିକାକରଣ ଫେବୃୟାରୀ ୧୩ରୁ ଆରମ୍ଭ ହେବ ।

Comments are closed.