ଶ୍ରୀଲିଙ୍ଗରାଜ ମନ୍ଦିର ନେଇ ବାଇ-ଲ’ ପ୍ରତ୍ୟାହାର ଦାବିରେ ଏନଏମଏକୁ ଚିଠି ଲେଖିଲେ ଖୋର୍ଦ୍ଧା ଜିଲ୍ଲାପାଳ

ଭୁବନେଶ୍ୱର- ଲିଙ୍ଗରାଜ ମନ୍ଦିର ନେଇ ବିବାଦୀୟ ବାଇ -ଲ’ ପ୍ରତ୍ୟାହାର ଦାବି କରି ଜାତୀୟ ସ୍ମାରକୀ ପ୍ରାଧିକରଣ-ଏନଏମଏ ସଦସ୍ୟଙ୍କୁ ଚିଠି ଲେଖିଛନ୍ତି ଖୋର୍ଦ୍ଧା ଜିଲ୍ଲାପାଳ । ଖୋର୍ଦ୍ଧା ଜିଲ୍ଲାପାଳ ଲିଙ୍ଗରାଜ ଟ୍ରଷ୍ଟ ବୋର୍ଡ ସଭାପତି ମଧ୍ୟ ଅଛନ୍ତି । ଏନଏମଏକୁ ଲେଖିଥିବା ଚିଠିରେ ଜିଲ୍ଲାପାଳ ଦର୍ଶାଇଛନ୍ତି ଯେ, ଲିଙ୍ଗରାଜ ମନ୍ଦିର ସହ ରାଜ୍ୟବାସୀଙ୍କ ଭାବାବେଗ ଜଡିତ ରହିଛି । ମନ୍ଦିର ଆଖପାଖରେ ବହୁ ବର୍ଷରୁ ରହିଆସୁଛନ୍ତି ସେବାୟତଙ୍କ ପରିବାର । ବାଇ-ଲ’ ଲାଗୁହେଲେ ସେବାୟତ ପରିବାର ପ୍ରଭାବିତ ହେବେ । ଲିଙ୍ଗରାଜ ମନ୍ଦିର ସୌନ୍ଦର୍ଯ୍ୟକରଣ ପାଇଁ ଏକାମ୍ର ବିକାଶ ପ୍ରକଳ୍ପ ଆରମ୍ଭ ହୋଇଛି । ଏଥିପାଇଁ ସ୍ୱଇଚ୍ଛାରେ ଜମି ଦେଇଛନ୍ତି ସେବାୟତ ପରିବାର ଓ ସ୍ଥାନୀୟ ଲୋକେ । ବାଇ-ଲ’ ଲାଗୁ ହେଲେ ଏକାମ୍ର ବିକାଶ ପ୍ରକଳ୍ପ ପ୍ରଭାବିତ ହେବ ବୋଲି ଖୋର୍ଦ୍ଧା ଜିଲ୍ଲାପାଳ ଏନଏମଏକୁ ଲେଖିଥିବା ଚିଠିରେ ଉଲ୍ଲେଖ କରିଛନ୍ତି । ଲିଙ୍ଗରାଜ ମନ୍ଦିର ପାଇଁ ବାଇ-ଲ’ ପ୍ରତ୍ୟାହାର ହୋଇ ନ ଥିବାରୁ ବିଭିନ୍ନ ମହଲରେ ଉଦବେଗ ପ୍ରକାଶ ପାଇଛି ।

Comments are closed.