କରୋନା ଅପଡେଟ୍‌: ଦେଶରେ ୨୨ ହଜାର ନୂଆ ରୋଗୀ, ପାଞ୍ଚ ମାସରେ ସର୍ବନିମ୍ନ

ନୂଆଦିଲ୍ଲୀ – ଦେଶରେ କରୋନା ଗ୍ରାଫ୍ ନିମ୍ନମୁଖୀ ହେବାରେ ଲାଗିଛି । ଗତ କିଛିଦିନ ହେଲା ଦୈନିକ ମାମଲା ସହ ମୃତ୍ୟୁ ସଂଖ୍ୟାରେ ହ୍ରାସ ଘଟିଛି । ଗତ ୨୪ ଘଣ୍ଟାରେ ଦେଶରେ ଆଉ ୨୨,୦୬୫ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି, ଯାହା ପାଞ୍ଚ ମାସରେ ସର୍ବନିମ୍ନ । ଏହି ନୂଆ ଆକ୍ରାନ୍ତଙ୍କୁ ମିଶାଇ ଦେଶରେ ଏବେ ମୋଟ ମାମଲା ୯୯.୦୬ ଲକ୍ଷକୁ ବୃଦ୍ଧି ପାଇଛି । ଦିନକରେ ଏହି ମହାମାରୀରେ ଆଉ ୩୫୪ ଜଣ ଲୋକଙ୍କ ଜୀବନ ଯାଇଛି । ଏଥିସହ ମୋଟ ମୃତକଙ୍କ ସଂଖ୍ୟା ୧,୪୩,୭୦୯ରେ ପହଞ୍ôଚଛି । ଗତ ୨୪ ଘଣ୍ଟାରେ ଆଉ ୩୪, ୪୭୭ ଲୋକ ଆରୋଗ୍ୟ ଲାଭ କରିଛନ୍ତି । ଏହି ମହାମାରୀ ଆରମ୍ଭରୁ ଦେଶରେ ୯୪.୨୨ ଲକ୍ଷ ସୁସ୍ଥ ହୋଇସାରିଲେଣି । ସ୍ୱାସ୍ଥ୍ୟ ମନ୍ତ୍ରାଳୟ ସୂଚନା ମୁତାବକ ଭାରତରେ ମୋଟ ସକ୍ରିୟ ମାମଲା ଆହୁରି କମିଛି । ଏବେ ୩ ଲକ୍ଷ ୩୯ ହଜାର ୮୨୦ ଜଣ ସକ୍ରିୟ ମାମଲା ରହଛି ।

Comments are closed.