ଠକେଇ ମାମଲା : ବିଧାୟକ ପ୍ରଦୀପ ପାଣିଗ୍ରାହୀଙ୍କୁ ଦୁଇ ଦିନିଆ କ୍ରାଇମବ୍ରାଂଚ ରିମାଣ୍ଡ

ଭୁବନେଶ୍ୱର- ଚାକିରି ଠକେଇ ଅଭିଯୋଗରେ ଜେଲରେ ଥିବା ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀଙ୍କୁ ୨ ଦିନିଆ ରିମାଣ୍ଡରେ ନେବ କ୍ରାଇମବ୍ରାଂଚ୍ । ରିମାଣ୍ଡରେ ନେବା ପାଇଁ ଭୁବନେଶ୍ୱର ଏସଡିଜେଏମ କୋର୍ଟ ଅନୁମତି ଦେଇଛନ୍ତି । ଗତକାଲି ତାଙ୍କୁ ରିମାଣ୍ଡରେ ନେବା ପାଇଁ ଆବେଦନ କରିଥିଲା କ୍ରାଇମବ୍ରାଂଚ । ଆକାଶ ପାଠକ ଚାକିରି ଠକେଇ ମାମଲାରେ ସଂପୃକ୍ତି ଅଭିଯୋଗରେ ପ୍ରଦୀପଙ୍କୁ ଅଧିକ ଜେରା କରିବ କ୍ରାଇମବ୍ରାଂଚ । ଆକାଶ ପାଠକଙ୍କ ପକ୍ଷରୁ ବିଧାୟକ ପ୍ରଦୀପ ପାଣିଗ୍ରାହୀ ଚାକିରି ଆଶାୟୀଙ୍କଠାରୁ ଟଙ୍କା ସଂଗ୍ରହ କରୁଥିବା ଅଭିଯୋଗ ହୋଇଛି ।

Comments are closed.