କରୋନା ଅପଡେଟ୍‌: ଦେଶରେ ୨୩ ହଜାର ନୂଆ ରୋଗୀ, ୩୩୬ ମୃତ

ନୂଆଦିଲ୍ଲୀ – ଦେଶରେ ଆଉ ୨୩,୦୬୭ ନୂଆ ରୋଗୀ ଚିହ୍ନଟ ହୋଇଛନ୍ତି । କ୍ରମାଗତ ପଞ୍ଚମ ଦିନ ପାଇଁ ଦୈନିକ ମାମଲା ୨୫ ହଜାର ତଳେ ରହିଛି ଏବଂ ଲଗାତର ୧୪ ଦିନ ଧରି ଏହି ସଂଖ୍ୟା ୩୦ ହଜାରରୁ କମ୍ ରହିଛି । ଗତ ୨୪ ଘଣ୍ଟାରେ ଏହି ରୋଗରେ ଆଉ ୩୩୬ ଜଣଙ୍କ ମୃତ୍ୟୁ ହୋଇଛି । ଅନ୍ୟପକ୍ଷେ ଆଉ ୨୪,୬୬୧ ଲୋକ ସୁସ୍ଥ ହୋଇଛନ୍ତି । ସ୍ୱାସ୍ଥ୍ୟ ମନ୍ତ୍ରାଳୟ ସୂଚନା ମୁତାବକ, ଦେଶରେ ଏବେ ମୋଟ କରୋନା ମାମଲା ୧ କୋଟି ୧ ଲକ୍ଷ ୪୬ ହଜାରରେ ପହଞ୍ଚିଛି । ଏହି ରୋଗରେ ଏଯାବତ୍ ୧ ଲକ୍ଷ ୪୭ ହଜାର ୯୨ ଜଣଙ୍କ ମୃତ୍ୟୁ ହୋଇଛି । ସୁସ୍ଥ ହୋଇଥିବା ଲୋକଙ୍କ ସଂଖ୍ୟା ବଢ଼ି ୯୭ ଲକ୍ଷ ୧୭ ହଜାର ହୋଇଛି । ଦେଶରେ ଏବେ ମୋଟ ସକ୍ରିୟ ମାମଲା କ୍ରମାଗତ ଭାବେ ହ୍ରାସ ପାଉଛି । ଏବେ କେବଳ ୨ ଲକ୍ଷ ୮୧ ହଜାର ସକ୍ରିୟ ମାମଲା ବା ଚିକିତ୍ସାଧୀନ ରୋଗୀ ଅଛନ୍ତି ।

Comments are closed.