କରୋନା ଅପଡେଟ୍‌: ପୁଣି ବଢ଼ିଲା ଦୈନିକ ଆକ୍ରାନ୍ତ ସଂଖ୍ୟା, ଦିନକରେ ୧୮,୮୫୫ ରୋଗୀ ଚିହ୍ନଟ

ନୂଆଦିଲ୍ଲୀ – କିଛି ଦିନର ବ୍ୟବଧାନ ପରେ ଭାରତରେ ଦୈନିକ କରୋନା ମାମଲା ପୁଣି ବଢ଼ିଛି । ଗତ ୨୪ ଘଣ୍ଟାରେ ଦେଶରେ ଆଉ ୧୮,୮୫୫ ନୂଆ ରୋଗୀ ଚିହ୍ନଟ ହୋଇଛନ୍ତି । ଦିନକରେ ଆଉ ଏହି ରୋଗରେ ଆଉ ୧୬୩ ଜଣଙ୍କ ମୃତ୍ୟୁ ହୋଇଛି । ଏହି ରୋଗରୁ ଆଉ ୨୦,୭୪୬ ଲୋକ ସୁସ୍ଥ ହୋଇଛନ୍ତି । ଦେଶରେ ଏବେ ମୋଟ କରୋନା ମାମଲା ୧,୦୭,୨୦,୦୪୮କୁ ବୃଦ୍ଧି ପାଇଛି । ଏଥିମଧ୍ୟରୁ ୧ ଲକ୍ଷ ୫୪,୦୧୦ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୧ କୋଟି ୩ ଲକ୍ଷ ୯୪ ହଜାର ୩୫୨ ଜଣ ଏହି ରୋଗରୁ ସୁସ୍ଥ ହୋଇଛନ୍ତି । ଭାରତରେ ଏବେ ୧ ଲକ୍ଷ ୭୧ ହଜାର ୬୮୬ ସକ୍ରିୟ ମାମଲା ତଥା ଚିକିତ୍ସାଧୀନ ରୋଗୀ ଅଛନ୍ତି ।

Comments are closed.