କରୋନା ଅପଡେଟ୍‌: ଭାରତରେ ୧୬,୩୭୫ ନୂଆ ମାମଲା, ୨୦୧ ମୃତ

ନୂଆଦିଲ୍ଲୀ – ଭାରତରେ ଗତ ୨୪ ଘଣ୍ଟାରେ ଆଉ ୧୬,୩୭୫ କରୋନା ମାମଲା ସାମ୍ନାକୁ ଆସିଛି । ଏଥିସହ ଦେଶରେ ମୋଟ ମାମଲା ୧.୦୩ କୋଟିକୁ ବୃଦ୍ଧି ପାଇଛି । ଦିନକରେ ଏହି ରୋଗରେ ଆଉ ୨୦୧ ଜଣଙ୍କ ମୃତ୍ୟୁ ହୋଇଛି । ଦେଶରେ ଏଯାବତ୍ ୧.୪୯ ଲକ୍ଷ ଲୋକଙ୍କ ମୃତ୍ୟୁ ହୋଇସାରିଛି । ଆଶ୍ୱସ୍ତିକର ବିଷୟ ହେଉଛି ମୃତ୍ୟୁହାର ତୁଳନାରେ ସୁସ୍ଥହାର ଅଧିକ ରହିଛି । ଗତ ୨୪ ଘଣ୍ଟାରେ ଦେଶରେ ଏହି ରୋଗରୁ ଆଉ ୨୯,୦୦୦ ଲୋକ ସୁସ୍ଥ ହୋଇଛନ୍ତି । ଦେଶରେ ସକ୍ରିୟ ମାମଲା ମଧ୍ୟ କ୍ରମାଗତ ହ୍ରାସ ପାଉଛି । ଏବେ କେବଳ ୨.୩୧ ଲକ୍ଷ ସକ୍ରିୟ ତଥା ଚିକିତ୍ସାଧୀନ ରୋଗୀ ରହିଛନ୍ତି । ବର୍ତ୍ତମାନ ସୁଦ୍ଧା ଦେଶରେ ୯୯ ଲକ୍ଷ ୭୫ ହଜାର ୯୫୮ ଲୋକ ସୁସ୍ଥ ହୋଇସାରିଛନ୍ତି ।

Comments are closed.