କରୋନା ଅପଡେଟ୍: ଆଉ ୨୪ ହଜାର ମାମଲା ଚିହ୍ନଟ

ନୂୂଆଦିଲ୍ଲୀ – ଦେଶରେ କରୋନା ମାମଲା ବୃଦ୍ଧି ପାଇବାରେ ଲାଗିଛି । ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ୨୪ ହଜାର ୪୯୨ ନୂଆ ମାମଲା ରୁଜୁ ହୋଇଛି। ଏହି ମହାମାରୀ ଯୋଗୁଁ ଆଉ ୧୩୧ ଜଣଙ୍କର ମୃତ୍ୟୁ ମଧ୍ୟ ହୋଇଛି। ଗତକାଲି ୨୬ ହଜାରରୁ ଅଧିକ ମାମଲା ରେକର୍ଡ଼ କରାଯାଇଥିଲା । ବର୍ତ୍ତମାନ ପର୍ଯ୍ୟନ୍ତ ଦେଶରେ ତିନି କୋଟି ୨୯ ଲକ୍ଷରୁ ଉର୍ଦ୍ଧ୍ବ ଟିକା ଡୋଜ ଦିଆଯାଇଛି।

ବର୍ତ୍ତମାନ ପର୍ଯ୍ୟନ୍ତ କରୋନାରେ ଏକ ଲକ୍ଷ ୫୮ ହଜାର ୮୫୬ ଲୋକ ପ୍ରାଣ ହରାଇଛନ୍ତି । ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ଦ୍ୱାରା ପ୍ରକାଶିତ ସର୍ବଶେଷ ତଥ୍ୟ ଅନୁଯାୟୀ, ଦେଶରେ କରୋନା ପଜିଟିଭ ମାମଲା ଏକ କୋଟି ୧୪ ଲକ୍ଷ ୯ ହଜାର ୭୩୧ ରେ ପହଞ୍ଚିଛି | ସେଥିମଧ୍ୟରୁ ଏକ ଲକ୍ଷ ୫୮ ହଜାର ୮୫୬ ଜଣଙ୍କର ମୃତ୍ୟୁ ହୋଇଛି। ଦେଶରେ ମୋଟ ସକ୍ରିୟ ମାମଲା ବର୍ତ୍ତମାନ ଦୁଇ ଲକ୍ଷ ୨୩ ହଜାର ୪୩୨କୁ ବୃଦ୍ଧି ପାଇଛି। ଏଥି ସହିତ, ସୁସ୍ଥ ହୋଇଥିବା ଲୋକଙ୍କ ମୋଟ ସଂଖ୍ୟା ହେଉଛି ଏକ କୋଟି ୧୦ ଲକ୍ଷ ୨୭ ହଜାର ୫୪୩ | ଗତକାଲି ୨୦ ହଜାର ୧୯୧ ଜଣ ସୁସ୍ଥ ହୋଇ ଫେରିଥିଲେ।

Comments are closed.