କରୋନା ଅପଡେଟ୍: ଦେଶରେ ଆଉ ୧୬,୮୩୮ ମାମଲା, ୧୧୩ ମୃତ

ନୂଆଦିଲ୍ଲୀ – ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ୧୬ ହଜାର ୮୩୮ ନୂଆ କରୋନା ମାମଲା ସାମ୍ନାକୁ ଆସିଛି। ଏଥି ସହିତ ଗତକାଲି ୧୧୩ ଜଣଙ୍କର ମୃତ୍ୟୁ ଘଟିଛି। ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ସୂଚନା ଅନୁସାରେ ବର୍ତ୍ତମାନ ସୁଦ୍ଧା ଦେଶରେ ଏକ ଲକ୍ଷ ୮୦ ଲକ୍ଷରୁ ଅଧିକ ଲୋକଙ୍କୁ ଟୀକାକରଣ କରାଯାଇଛି।

ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ଦ୍ୱାରା ଜାରି ସଦ୍ୟତମ ତଥ୍ୟ ଅନୁଯାୟୀ, ଦେଶରେ କରୋନାର ପଜିଟିଭ୍ ମାମଲା ୧ କୋଟି ୧୧ ଲକ୍ଷ ୭୩ ହଜାର ୭୬୧ରେ ପହଞ୍ଚିଛି | ଏଥିମଧ୍ୟରୁ ୧ ଲକ୍ଷ ୫୭ ହଜାର ୫୪୮ ଜଣଙ୍କର ମୃତ୍ୟୁ ହୋଇଛି। ଦେଶରେ ମୋଟ ସକ୍ରିୟ ମାମଲା ବର୍ତ୍ତମାନ ଏକ ଲକ୍ଷ ୭୬ ହଜାର ୩୧୯କୁ ବୃଦ୍ଧି ପାଇଛି। ଏଥି ସହିତ, ସୁସ୍ଥ ହୋଇଥିବା ମୋଟ ଲୋକଙ୍କ ସଂଖ୍ୟା ହେଉଛି ଏକ କୋଟି ୮ ଲକ୍ଷ ୩୯ ହଜାର ୮୯୪ | ବର୍ତ୍ତମାନ ପର୍ଯ୍ୟନ୍ତ ଦେଶରେ ଏକ କୋଟି ୮୦ ଲକ୍ଷ ୫ ହଜାର ୫୦୩ ଲୋକଙ୍କୁ କରୋନା ଟିକା ଦିଆଯାଇଛି।

Comments are closed.