ସୁଶାନ୍ତ ସିଂହ ରାଜପୁତ ମୃତ୍ୟୁର ଡ୍ରଗ୍ସ ଲିଙ୍କ୍ ମାମଲାରେ ଚାର୍ଜସିଟ ଦାଖଲ କଲା ଏନସିବି

ମୁମ୍ବାଇ – ବଲିଉଡ ଅଭିନେତା ସୁଶାନ୍ତ ସିଂହ ରାଜପୁତଙ୍କ ମୃତ୍ୟୁ ସହ ଜଡିତ ଡ୍ରଗ୍ସ ଲିଙ୍କ୍ ମାମଲାରେ ନାର୍କୋଟିକ୍ସ କଣ୍ଟ୍ରୋଲ ବ୍ୟୁରୋ (ଏନସିବି) ମୁମ୍ବାଇର ଏନଡିପିସି କୋର୍ଟରେ ଚାର୍ଜସିଟ ଦାଖଲ କରିଛି। ୩୩ ଅଭିଯୁକ୍ତଙ୍କ ନାମ ଏନସିବି ଚାର୍ଜସିଟରେ ଉଲ୍ଲେଖ ରହିଛି । ଏନସିବି ବଲିଉଡ ଅଭିନେତ୍ରୀ ଦୀପିକା ପାଦୁକୋନ, ଶ୍ରଦ୍ଧା କପୁର ଏବଂ ସାରା ଅଲି ଖାନଙ୍କ ବୟାନ ମଧ୍ୟ ଚାର୍ଜସିଟରେ ରଖିଛି । ଉଲ୍ଲେଖଯୋଗ୍ୟ ଯେ ସେମାନଙ୍କୁ ଅଭିଯୁକ୍ତ ଭାବେ ଦର୍ଶାଯାଇ ନାହିଁ, ସେମାନଙ୍କର କେବଳ ବୟାନ ଚାର୍ଜସିଟରେ ରଖାଯାଇଛି।

ସୂଚନା ଅନୁଯାୟୀ, ଏହି ଚାର୍ଜ ସିଟ୍ ୩୦ ହଜାରରୁ ଉର୍ଦ୍ଧ୍ବ ପୃଷ୍ଠା ସମ୍ବଳିତ । ଏହି ମାମଲାରେ ସୁଶାନ୍ତ, ତାଙ୍କ ଭାଇ ତଥା ଚାକର, ଡ୍ରଗ୍ସ ପ୍ୟାଡଲରଙ୍କ ସମେତ ଏପର୍ଯ୍ୟନ୍ତ ୩୩ ରୁ ଅଧିକ ଲୋକଙ୍କୁ ଗିରଫ କରାଯାଇଛି। ଜବତ ଇଲେକ୍ଟ୍ରୋନିକ୍ ଉପକରଣଗୁଡ଼ିକର ଆଧାର ଏବଂ ସମସ୍ତ ସାକ୍ଷୀଙ୍କ ବୟାନ ଦିଆଯାଇଛି।

୩୩ ଅଭିଯୁକ୍ତଙ୍କ ତାଲିକାରେ ଅଭିନେତ୍ରୀ ତଥା ସୁଶାନ୍ତ ସିଂଙ୍କ ଗର୍ଲଫ୍ରେଣ୍ଡ ରିୟା ଚକ୍ରବର୍ତ୍ତୀ, ତାଙ୍କ ଭାଇ ଶୌଭିକ ଚକ୍ରବର୍ତ୍ତୀ, ସାମୁଏଲ ମିରାଣ୍ଡା, ଜାଏଦ ଭାଲାଟ୍ରା, ବାସିତ ପାରିହର, ସୂର୍ଯ୍ୟଦୀପ ମଲହୋତ୍ରା, କାଇଜାନ ଇବ୍ରାହିମ, ଅବ୍ବାସ ଲାଖାନି, କରଣ ଆରୋରା ଏବଂ ଗୌରବ ଆର୍ଯ୍ୟ ଅଛନ୍ତି।

Comments are closed.