କରୋନା ଅପଡେଟ୍: ଭାରତରେ ଆଉ ୧୨,୦୫୯ ନୂଆ ମାମଲା

ନୂଆଦିଲ୍ଲୀ – ଦେଶରେ କରୋନା ମାମଲାରେ ହ୍ରାସ ଘଟିବାରେ ଲାଗିଛି । ଆଜି ପ୍ରକାଶିତ ସ୍ୱାସ୍ଥ୍ୟ ମନ୍ତ୍ରଣାଳୟର ତଥ୍ୟ ଅନୁଯାୟୀ, ଗତ ୨୪ ଘଣ୍ଟା ମଧ୍ୟରେ ଭାରତରେ ୧୨,୦୫୯ ଟି ନୂଆ କରୋନା ମାମଲା ସାମ୍ନାକୁ ଆସିଛି ଏବଂ ଗତକାଲି କୋଭିଡ -୧୯ ରୁ ମୋଟ ୧୧,୮୦୫ ଜଣ ସୁସ୍ଥ ହୋଇଛନ୍ତି । କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ଅନୁଯାୟୀ, ଗତ ୨୪ ଘଣ୍ଟା ମଧ୍ୟରେ କରୋନାରେ ଦେଶରେ ୭୮ ଜଣଙ୍କର ମୃତ୍ୟୁ ଘଟିଛି। ବର୍ତ୍ତମାନ ଦେଶରେ ମୋଟ କରୋନା ମାମଲା ୧ କୋଟି ୮ ଲକ୍ଷ ୨୬ ହଜାର ୩୬୩କୁ ବୃଦ୍ଧି ପାଇଛି । ଭାରତରେ ଏବେ ମାତ୍ର ୧ ଲକ୍ଷ ୪୮ ହଜାର ୭୬୬ ଟି ସକ୍ରିୟ ମାମଲା ରହିଛି ।
ବର୍ତ୍ତମାନ ସୁଦ୍ଧା, ମୋଟ ୧ କୋଟି ୫ ଲକ୍ଷ ୨୨ ହଜାର ୬୦୧ ରୋଗୀ ସୁସ୍ଥ ହୋଇ ଘରକୁ ଫେରିଛନ୍ତି । କରୋନା କାରଣରୁ ଦେଶରେ ମୋଟ ୧ ଲକ୍ଷ ୫୪ ହଜାର ୯୯୬ ଲୋକ ପ୍ରାଣ ହରାଇଛନ୍ତି। ଟୀକାକରଣ କ୍ଷେତ୍ରରେ ଏପର୍ଯ୍ୟନ୍ତ ୫୭ ଲକ୍ଷ ୭୫ ହଜାର ୩୨୨ ଲୋକଙ୍କୁ ଟିକା ଦିଆଯାଇଛି।

Comments are closed.