ଏନଏମଏର ପ୍ରସ୍ତାବିତ ବାଇ ଲ’ ପରିବର୍ତ୍ତନ ହୋଇପାରିବ : ପୁରୀ ଜିଲ୍ଲାପାଳ

ପୁରୀ- ଏନଏମଏ ପକ୍ଷରୁ ଶ୍ରୀମନ୍ଦିର ପାଇଁ ପ୍ରସ୍ତାବିତ ବାଇ ଲ’ ପ୍ରସଙ୍ଗରେ ପୁରୀ ଜିଲ୍ଲାପାଳ ସମର୍ଥ ବର୍ମା କହିଛନ୍ତି ଯେ, ବର୍ତ୍ତମାନ ପ୍ରସ୍ତାବ ଡ୍ରାଫ୍‌ଟିଂ ପର୍ଯ୍ୟାୟରେ ରହିଛି । ମତାମତ ଦେବା ପାଇଁ ଆହୁରି ସମୟ ଅଛି । ଖୁବ ଶୀଘ୍ର ଏ ନେଇ ଶ୍ରୀମନ୍ଦିର ପ୍ରଶାସନ ମତ ରଖିବ ବୋଲି କହିଛନ୍ତି ଜିଲ୍ଲାପାଳ । ବିଭିନ୍ନ ସେବାୟତ ନିଯୋଗ ମଧ୍ୟ ଏ ନେଇ ମତ ରଖିବେ । ଏହା ଚୂଡାନ୍ତ ହୋଇ ନ ଥିବାରୁ ପ୍ରସ୍ତାବିତ ବାଇ ଲ’ ପରିବର୍ତ୍ତନ ହୋଇପାରିବ ବୋଲି ଜିଲ୍ଲାପାଳ କହିଛନ୍ତି ।

Comments are closed.