କରୋନା ସଙ୍କଟ: ଦିନକରେ ରେକର୍ଡ ୩୭୮୦ ଲୋକଙ୍କ ମୃତ୍ୟୁ, ଆଉ ୩.୮୨ ଲକ୍ଷ ଆକ୍ରାନ୍ତ ଚିହ୍ନଟ

ନୂଆଦିଲ୍ଲୀ: ଭାରତରେ କରୋନାର ଅନିୟନ୍ତ୍ରିତ ଗତି ଜାରି ରହିଛି । ଦୈନିକ ସଂକ୍ରମଣ ସହିତ ମୃତ୍ୟୁ ସଂଖ୍ୟା ବଢ଼ି ଚାଲିଛି । ଗତ ୨୪ ଘଣ୍ଟାରେ ଦେଶରେ ୩,୮୨,୩୧୫ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ରେକର୍ଡ ୩୭୮୦ ଜଣଙ୍କର ମୃତ୍ୟୁ ହୋଇଛି । ଶେଷଥର ମେ ୧ରେ ୩୬୮୯ ଜଣ ରୋଗୀଙ୍କ ମୃତ୍ୟୁ ହୋଇଥିଲା ।
ସାମାନ୍ୟ ଆଶ୍ୱସ୍ତିକର ବିଷୟ ଯେ, ଦିନକରେ ଏହି ରୋଗରୁ ଆଉ ୩,୩୮,୪୩୯ ଲୋକ ସୁସ୍ଥ ହୋଇଛନ୍ତି ।

କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟର ସୂଚନା ଅନୁସାରେ ଦେଶରେ ଏବେ ମୋଟ କରୋନା ସଂକ୍ରମିତଙ୍କ ସଂଖ୍ୟା ୨ କୋଟି ୬ ଲକ୍ଷ ୬୫ ହଜାର ୧୪୮ରେ ପହଞ୍ଚିଛି । କୋଭିଡ୍‌-୧୯ରେ ଏଯାବତ୍ ୨ ଲକ୍ଷ ୨୬ ହଜାର ୧୮୮ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୧ କୋଟି ୬୯ ଲକ୍ଷ ୫୧ ହଜାର ୭୩୧ ଲୋକ ସୁସ୍ଥ ହୋଇଛନ୍ତି । ଏବେ ଭାରତରେ ସକ୍ରିୟ ମାମଲା ୩୪ ଲକ୍ଷ ୮୭ ହଜାର ୨୨୯କୁ ବୃଦ୍ଧି ପାଇଛି ।

Comments are closed.