କଳାହାଣ୍ଡି ଜିଲ୍ଲାକୁ ମୁଖ୍ୟମନ୍ତ୍ରୀଙ୍କ ୨୦୮୫ କୋଟିର ବିକାଶର ଭେଟି, ଅପର ଇନ୍ଦ୍ରାବତୀ ପ୍ରକଳ୍ପ ଲୋକାର୍ପିତ

ଭବାନୀପାଟଣା – କଳାହାଣ୍ଡି ଜିଲ୍ଲାର ବିକାଶରେ ଯୋଡି ହୋଇଛି ଆଉ ଏକ ଅଧ୍ୟାୟ । କଳାହାଣ୍ଡି ଗସ୍ତ କରି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଜିଲ୍ଲାବାସୀଙ୍କୁ ଦେଇଛନ୍ତି ୨୦୮୫ କୋଟିର ଭେଟି । ମଙ୍ଗଳପୁରରେ ଅପର ଇନ୍ଦ୍ରାବତୀ ପ୍ରକଳ୍ପର ଉଦଘାଟନ କରି ବୃହତ ଉଠା ଜଳସେଚନ ପ୍ରକଳ୍ପ ଭେଟି ଦେଇଛନ୍ତି ନବୀନ । ୨୦୧୫ରେ ଆରମ୍ଭ ହୋଇଥିବା ଏହି ପ୍ରକଳ୍ପ ଗତବର୍ଷ ସେପଟେମ୍ବର ମାସରେ ଶେଷ ହୋଇଥିଲା ।

ଏଥିରେ ୯୮୬ କୋଟି ୭୧ ଲକ୍ଷ ଟଙ୍କା ଖର୍ଚ୍ଚ ହୋଇଛି । ଏହି ପ୍ରକଳ୍ପ ଦ୍ୱାରା ଜୟପାଟଣା, କୋକସରା ଓ ଧର୍ମଗଡର ୨୫୨୭୪ ଦଶମିକ ୯୪ ହେକ୍ଟର ଜମି ଜଳସେଚିତ ହୋଇପାରିବ । ୩୯ଟି ପଂଚାୟତର ୫୦ ହଜାର ୪୦୬ ଲୋକେ ଏହା ଦ୍ୱାରା ଉପକୃତ ହେବେ ।

କଳାହାଣ୍ଡି ଜିଲ୍ଲାବାସୀଙ୍କୁ ମୁଖ୍ୟମନ୍ତ୍ରୀ ୨ ହଜାର ୮୫ କୋଟି ଟଙ୍କାର ୧୦୬ଟି ପ୍ରକଳ୍ପ ଭେଟି ଦେଇଛନ୍ତି । ୧ ହଜାର ୬୪ କୋଟି ୮୬ ଲକ୍ଷ ଟଙ୍କାର ୫୪ଟି ପ୍ରକଳ୍ପକୁ ଉଦଘାଟନ କରିଛନ୍ତି ନବୀନ । ୧ ହଜାର ୨୦ କୋଟି ୩୪୭ ଲକ୍ଷ ଟଙ୍କାର ୫୨ଟି ପ୍ରକଳ୍ପର ଶୁଭାରମ୍ଭ କରିଛନ୍ତି ।

ଜିଲ୍ଲାର ସାଲେଭଟା ବୃହତ ଉଠା ଜଳସେଚନ ପ୍ରକଳ୍ପ, ଗୋପୀନାଥପୁର ବୃହତ ଉଠା ଜଳସେଚନ ପ୍ରକଳ୍ପ, ଚମ୍ପାଦେଈପୁର, ଟେରାଙ୍ଗସିଲ, ସାନ୍ଦୁଲ ବୃହତ ଉଠା ଜଳସେଚନ ପ୍ରକଳ୍ପର ଶୁଭାରମ୍ଭ କରିଛନ୍ତି ମୁଖ୍ୟମନ୍ତ୍ରୀ ।

Comments are closed.