ଉହାନରେ ପହଞ୍ଚିଲା ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ବିଶେଷଜ୍ଞ ଦଳ

ବେଜିଂ – ଅନେକ ବାଦବିବାଦ ମଧ୍ୟରେ କରୋନା ଭାଇରସ୍ ଉତ୍ପତ୍ତି ସମ୍ପର୍କରେ ଅନୁଧ୍ୟାନ କରିବା ପାଇଁ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ (ଡବ୍ଲୁଏଚ୍‌ଓ)ର ଏକ ବିଶେଷଜ୍ଞ ଦଳ ଚୀନର ଉହାନ ସହରରେ ପହଞ୍ଚିଛି । ଉହାନରେ ପହଞ୍ଚିଥିବା ଡବ୍ଲ୍ୟୁଏଚ୍‌ଓ ଦଳରେ ୧୦ ଜଣ ବୈଜ୍ଞାନିକ ଅଛନ୍ତି । ଏହି ଦଳ ସେଠାରେ ପ୍ରଥମେ ୧୪ ଦିନ କ୍ୱାରେଣ୍ଟାଇନରେ ରହିବା ପରେ ନିଜ କାର୍ଯ୍ୟ ଆରମ୍ଭ କରିବେ । ଡବ୍ଲୁଏଚ୍‌ଓ ଦଳକୁ ଉହାନ ଯିବାକୁ ଚୀନ୍ ଅନୁମତି ଦେଉନଥିବା ପ୍ରଥମେ ଅଭିଯୋଗ ହୋଇଥିଲା ।

ଏହାକୁ ନେଇ ବିବାଦ ସୃଷ୍ଟି ହେବା ପରେ ଚୀନ ନରମିଥିଲା । ଉଲ୍ଲେଖଯୋଗ୍ୟ ଯେ, କରୋନାଭାଇରସ୍‌ର ପ୍ରଥମ ମାମଲା ପ୍ରଥମେ ଚୀନର ଉହାନ ନଗରୀରେ ୨୦୧୯ରେ ଚିହ୍ନଟ ହୋଇଥିଲା । କିନ୍ତୁ ଏହି ମହାମାରୀ ସମ୍ପର୍କରେ ଚୀନ୍ ବହୁ ବିଳମ୍ବରେ ଡବ୍ଲୁଏଚ୍‌ଓକୁ ଜଣାଇଥିଲା ବୋଲି ଅଭିଯୋଗ ହୋଇଥିଲା । ଏହି ଘାତକ ରୋଗରେ ବିଶ୍ୱବ୍ୟାପୀ ଏଯାବତ୍ ୨୦ ଲକ୍ଷରୁ ଊର୍ଦ୍ଧ୍ୱ ଲୋକଙ୍କ ମୃତ୍ୟୁ ହୋଇଛି ।

Comments are closed.