କାରୋନା ଅପଡେଟ୍‌: ଭାରତରେ ୧୧,୬୧୦ ନୂଆ ମାମଲା, ୧୦୦ ମୃତ

ନୂଆଦିଲ୍ଳୀ – ଭାରତରେ କରୋନାର ପ୍ରକୋପ ହ୍ରାସ ପାଇଥିଲେ ମଧ୍ୟ ବିପଦ ସମ୍ପୂର୍ଣ୍ଣ ଟଳି ନାହିଁ । ଏବେ ବି ଦୈନିକ ୧୦ ହଜାରରୁ ଊର୍ଦ୍ଧ୍ୱ ମାମଲା ରେକର୍ଡ କରାଯାଉଛି । ଗତ ୨୪ ଘଣ୍ଟାରେ ଦେଶରେ ଆଉ ୧୧,୬୧୦ ନୂଆ ମାମଲା ଚିହ୍ନଟ ହୋଇଛି । ନୂଆ ଆକ୍ରାନ୍ତଙ୍କୁ ମିଶାଇ ଦେଶରେ ଏବେ ମୋଟ କରୋନା ମାମଲା ୧ କୋଟି ୯ ଲକ୍ଷ ୩୭ ହଜାର ୩୨୦ରେ ପହଞ୍ଚିଛି ।

ସ୍ୱାସ୍ଥ୍ୟ ମନ୍ତ୍ରାଳୟ ସୂଚନା ମୁତାବକ ଦେଶରେ ଏଯାବତ୍ ୧ କୋଟି ୬ ଲକ୍ଷ ୪୪ ହଜାର ୮୫୮ ଲୋକ କରୋନାରୁ ସୁସ୍ଥ ହୋଇଛନ୍ତି । ଗତ ୨୪ ଘଣ୍ଟାରେ କରୋନାରେ ଆଉ ୧୦୦ ଜଣଙ୍କ ମୃତ୍ୟୁ ହୋଇଛି । ଏଥିସହ କରୋନା ଜନିତ ମୋଟ ମୃତ୍ୟୁ ସଂଖ୍ୟା ୧ ଲକ୍ଷ ୫୫ ହଜାର ୯୧୩କୁ ବୃଦ୍ଧି ପାଇଛି । ଭାରତରେ ଏବେ କେବଳ ୧ ଲକ୍ଷ ୩୬ ହଜାର ୫୪୯ ସକ୍ରିୟ ମାମଲା ବା ଚିକିତ୍ସାଧୀନ ରୋଗୀ ଅଛନ୍ତି ।

Comments are closed.