କାଲିଠାରୁ ରାଜ୍ୟରେ କୋରୋନା ଟିକାକରଣର ଡ୍ରାଏ ରନ୍

ଭୁବନେଶ୍ୱର- କାଲିଠାରୁ ରାଜ୍ୟରେ କୋରୋନା ଟିକାକରଣର ଡ୍ରାଏ ରନ୍ ଆରମ୍ଭ ହେବ । ଡ୍ରାଏ ରନ୍ ପାଇଁ ରାଜ୍ୟ ସରକାର ସବୁ ପ୍ରସ୍ତୁତି କରିଛନ୍ତି । ଏ ନେଇ ଡିଏମଇଟି ସି.ବି.କେ ମହାନ୍ତି ସୂଚନା ଦେଇଛନ୍ତି । ରାଜ୍ୟରେ ଟିକକରଣ ପାଇଁ ୩ ଲକ୍ଷ ୭୦ ହଜାର ସ୍ୱାସ୍ଥ୍ୟକର୍ମୀଙ୍କୁ ଚିହ୍ନଟ କରାଯାଇଥିବା ସେ ସୂଚନା ଦେଇଛନ୍ତି । ଦେଶର ଅନ୍ୟ ରାଜ୍ୟ ଓ କେନ୍ଦ୍ର ଶାସିତ ଅଂଚଳରେ ମଧ୍ୟ କୋରୋନା ଟିକାକରଣର ଡ୍ରାଏ ରନ କାଲିଠାରୁ ଆରମ୍ଭ ହେବ । ପୂର୍ବରୁ ପରୀକ୍ଷାମୂଳକ ଭାବେ ୪ଟି ରାଜ୍ୟରେ ଟିକାକରଣ ପାଇଁ ଡ୍ରାଏ ରନ୍ ଆରମ୍ଭ ହୋଇଥିଲା ।

Comments are closed.